ଭୋଜି କରିବାକୁ ଯାଇଥିଲେ ୮ ସାଙ୍ଗ; ନଦୀରେ ବୁଡ଼ି ୨ ମୃତ, ୨ ନିଖୋଜ

ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଛନ୍ତି। ବାଲିଅନ୍ତା ଥାନା ଧବଳହାର ନିକଟରେ ଏହି ଅଘଟଣ ଘଟିଛି।

ଭୁବନେଶ୍ୱର (କେନ୍ୟୁଜ): କୁଆଖାଇରେ ବୁଡ଼ି ଗଲା ୨ ଛାତ୍ରଙ୍କ ଜୀବନ। ଭୁବନେଶ୍ୱର ଉପକଣ୍ଠ ବଇଞ୍ଚୁଆ ଧବଳାହାର ନିକଟରେ କୁଆଖାଇ ନଦୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୨ ଜଣ ନିଖୋଜ ଅଛନ୍ତି । ମୃତ ଛାତ୍ର ହେଲେ ଜାମସେଦପୁରର ଆର୍ଯ୍ୟନ ମିଶ୍ର ଓ କଟକର କୁମାର ଅବିନାଶ। ନିଖୋଜ ଦୁଇ ଜଣଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

ଏକ ଘରୋଇ MBA କଲେଜର ୮ ଜଣ ଛାତ୍ର ଗତକାଲି ନଦୀପଠାକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ପରେ ସମସ୍ତେ ଗାଧୋଉଥିବାବେଳେ ୪ ଜଣ ଛାତ୍ର ପାଣିରେ ବୁଡ଼ି ଯାଇଥିଲେ। ନିଖୋଜ ଦୁଇ ଛାତ୍ର ବାଲେଶ୍ୱର କଣ୍ଟାପଡ଼ାର ରୋହିତ ପରିଡ଼ା ଓ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ। ଗତକାଲି ରାତି ହୋଇଯିବାରୁ ସର୍ଚ୍ଚ ଅପରେସନ୍‌ ବନ୍ଦ ରଖାଯାଇଥିଲା। ଆଜି ସକାଳେ ପୁଣି ଖୋଜାଖୋଜି ଆରମ୍ଭ କରିଛି ଅଗ୍ନିଶମ ବାହିନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.