ତେଲ ଟ୍ୟାଙ୍କର-ବାଇକ୍ ଧକ୍କା: ଦୁଇ ମୃତ, ଜଣେ ଗୁରୁତର

ଯାଜପୁର ସହର ପଟୁ ଏକ ବାଇକରେ ୩ ଜଣ ଆସୁଥିବା ବେଳେ ବରୁହାଁ ଛକ ନିକଟରେ ଏକ ଟ୍ୟାଙ୍କର ସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିଲା।

ଯାଜପୁର ଟାଉନ(କେନ୍ୟୁଜ୍): ତେଲ ଟ୍ୟାଙ୍କର-ବାଇକ୍ ଧକ୍କା। ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର। ଗୁରୁତର ହୋଇଥିବା ମହିଳା ଜଣେ ଗର୍ଭବତୀ। ଯାଜପୁର ୨୦ ନମ୍ବର ଜାତୀୟ ରାଜପଥ ବରୁହାଁ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ସୂଚନା ମୁତାବକ, ଯାଜପୁର ସହର ପଟୁ ଏକ ବାଇକରେ ୩ ଜଣ ଆସୁଥିବା ବେଳେ ବରୁହାଁ ଛକ ନିକଟରେ ଏକ ଟ୍ୟାଙ୍କର ସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିଲା।

ମେଡିକାଲ ନେବା ବାଟରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା। ଜଣେ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁଇ ମୃତକ ହେଉଛନ୍ତି ସାନ ବିରୁହାଁ ହାଟ ସାହି ଅଞ୍ଚଳର ବାସନ୍ତୀ ବେହେରା ଓ ସୁଦର୍ଶନ ବେହେରା। ଗୁରୁତର ଗର୍ଭବତୀଙ୍କ ନାଁ ପୂର୍ଣ୍ଣିମା ବେହେରା। ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। .

You might also like