ବିଷଧର ନାଗ ସାପ ସହ ଖେଳ ପାଲଟିଲା କାଳ, ୨ ଆହତ

ଖୋର୍ଦ୍ଧା(କେନ୍ୟୁଜ୍):ବିଷଧର ସାପ ସହ ଖେଳ ପାଲଟିଲା କାଳ । ବିଷଧର ସାପ କାମୁଡ଼ାରେ ଦୁଇ ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ଅନ୍ତର୍ଗତ ହାଟବରଡି ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଲାଗିଥିବା ଜାଲରେ ଏକ ବିଷଧର ନାଗ ସାପ ଲାଖିଯାଇଥିଲା । ଆଉ ଏହି ଖବର ପାଇ ସେହି ଗ୍ରାମର ଭୋବନା ବିଶ୍ୱାଳ ସାପଟିକୁ ଉଦ୍ଧାର କରି ତା ସହ ଖେଳିଥିଲେ । ଏହି ସମୟରେ ସାପ ଭୋବନାଙ୍କୁ ଚୋଟ ମାରିଥିଲା । ସଂଗେ ସଂଗେ ସମ୍ପର୍କୀୟ ଭୋବନାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ।

ସେପଟେ ବିଷଧର ସାପଟିକୁ ଏକ ପ୍ଲାଷ୍ଟିକ ଡବାରେ ରଖାଯାଇଥିବା ବେଳେ ଆଜି ସକାଳୁ ସାପକୁ ଡ଼ବାରୁ ବାହାରକରି କ୍ଷୀର ପିଆଉଥିଲେ ଉକ୍ତ ଗ୍ରାମରେ ଭଡାରେ ରହୁଥିବା ରଣପୁର ଅଂଚଳର ଅଶୋକ ସ୍ୱାଇଁ । ଅନୁରୂପ ଭାବେ ସାପକୁ ଅଶୋକ କ୍ଷୀର ଦେବା ସମୟରେ ସାପଟି ଅଶୋକଙ୍କ ବାମ ହାତ ପାପୁଲିର ଉପରିଭାଗକୁ କାମୁଡି ଦେଇଛି । ଅଶୋକଙ୍କୁ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ସେପଟେ ସାପ କାମୁଡ଼ାରେ ପୂର୍ବରୁ ଆହତ ହୋଇଥିବା ଭୋବନାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ବିଷଧର ସାପ ସହ ଖେଳି ତା ଠାରୁ ଚୋଟ ଖାଇ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.