ହ୍ୟୁଣ୍ଡାଇ ଲଞ୍ଚ୍‌ କଲା ‘myHyundai’ ଆପ୍‌, ଏବେ ଗ୍ରାହକଙ୍କୁ ମିଳିବ ଏହି ସର୍ଭିସ ଏବଂ ବେନିଫିଟ୍ସ

ହ୍ୟୁଣ୍ଡାଇ ମୋଟର ନିଜର ଓ୍ଵାନ-ଷ୍ଟପ୍‌ ମୋବଇଲ ଆପ୍ଲିକେସନ ‘ମାଇଁ ହ୍ୟୁଣ୍ଡାଇ’ ଲଞ୍ଚ୍‌ କରିଛି। ଯାହାକୁ ହ୍ୟୁଣ୍ଡାଇର ଗ୍ରାହକଙ୍କୁ ପ୍ରଡକ୍ଟ, ସର୍ଭିିସ ଏବଂ ବେନିଫିଟ୍ସ ପାଇଁ ଏକ ଇଣ୍ଟିଗ୍ରେଟେଡ ପ୍ଲାଟଫର୍ମ ଆଡକୁ ବିକଶିତ କରାଯାଇଛି। ଏହି ପ୍ଲାଟଫର୍ମର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାହକଙ୍କ ଅନୁଭବକୁ ଖାସ୍‌ ବନାଇବା, ଭଲ ସୁବିଧା ପ୍ରଦାନ କରାଇବା।

ନୂଆ ‘myHyundai’ ଆପରେ ମିଳିବ ଏହି ଫିଚର୍ସ

  • କ୍ଲିକ-ଟୁ-ବାୟ ଜରିଆରେ ସହଜ ଫାଇନାନ୍ସିଙ୍ଗ ସହିତ ଅନଲାଇନ୍‌ ହ୍ୟୁଣ୍ଡାଇ କାର୍‌ କିଣିବା।
  • ନିଜ ହ୍ୟୁଣ୍ଡାଇ ବାହନ ପାଇଁ ରେଗୁଲାର ସର୍ଭିସିଙ୍ଗ ବୁକିଙ୍ଗ କରିବା
  • ବ୍ଲୁଲିଙ୍କ୍‌ ସହିତ କନେକଟେଡ-ମୋବିଲିଟର ଫିଚର୍ସ ପର୍ଯ୍ୟନ୍ତ ପହଁଚିବା
  • ଏକ ମଜବୁତ ପାର୍ଟନର ଇକୋସିଷ୍ଟମ ସହିତ କ୍ୟୁରେଯ କରାଯାଇଥିବା ବିଶେଷାଧିକାରଙ୍କର ଆନନ୍ଦ ନେବା
  • ‘ହ୍ୟୁଣ୍ଡାଇ ପ୍ରୋମିସ’ ଜରିଆରେ ସାର୍ଟିଫାଏଡ ପ୍ରି-ଅନଢ୍‌ କାର କିଣିବା ଏବଂ ବିକ୍ରି କରିବା
  • ଇଲେକଟ୍ରିକ ବାହନ ପାଇଁ ନିକଟସ୍ଥ ଚାର୍ଜିଙ୍ଗ ଷ୍ଟେସନର ପତ୍ତା ଲଗାନ୍ତୁ ଏବଂ ବୁକ କରନ୍ତୁ।
  • ରୋଡ-ସାଇଡ ଆସିଷ୍ଟାନ୍ସ
  • ରେଫର କରନ୍ତୁ ଏବଂ ରୋଜଗାର କରନ୍ତୁ

‘myHyundai’ ଆପ୍‌ ଲଞ୍ଚ୍‌ ହେବା ଦ୍ୱାରା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ କହିଛନ୍ତି ଯେ ‘ମାଇଁ ହ୍ୟୁଣ୍ଡାଇ’ ଏହି ଦିଗରେ ଭବିଷ୍ୟତ ପାଇଁ ତିଆରି କରାଯାଇଛି, ଯାହାର ପରିକଳ୍ପନା ଉଦ୍ୟେଗରେ ପ୍ରଥମ ଥର କରାଯାଇଛି। ହ୍ୟୁଣ୍ଡାଇ ୟୁନିଭର୍ସରେ ଉତ୍ପାଦ, ସର୍ଭିିସ ଏବଂ ବେନିଫିଟ୍ସର ପତ୍ତା ଲଗାଇବା, ବ୍ୟବହାର କରିବା ଏବଂ ଉପଯୋଗ କରିବା ପାଇଁ ଓ୍ଵାନ-ଷ୍ଟପ ସଲ୍ୟୁସନ। ମାଇଁ ହ୍ୟୁଣ୍ଡାଇ ଗୋଟିଏ ପ୍ଲାଟଫର୍ମରେ ସୂଚନା ଏବଂ ସେବାର ସହଜ ଏକୀକରଣ ଜରିଆରେ ଏକ ଆଡଭାନ୍ସଡ ୟୁଜର ଏକ୍ସପେରିୟନ୍ସ ପ୍ରଦାନ କରିଥାଏ।

ଏହାବ୍ୟତୀତ myHyundai ସମ୍ଭାବିତ କ୍ରୟ ପାଇଁ ବି ଏକ ପ୍ଲାଟଫର୍ମ ବନିଯାଏ। ଯାହାଦ୍ୱାରା ସେମାନେ ନିଜ ପସନ୍ଦର ହ୍ୟୁଣ୍ଡାଇ କାର କିଣିବା ପରେ ଉତ୍ପାଦ ଫିଚର୍ସ ଏବଂ ସର୍ଭିସ ପର୍ଯ୍ୟନ୍ତ ପହଁଚିପାରିବେ। ଏହି ଆପ୍‌ ବିକ୍ରି ପରେ ଗାଇଡ ଭାବେ ମଧ୍ୟ କାମ କରିବ, ଗ୍ରାହକଙ୍କୁ ଉତ୍ପାଦ, ସର୍ଭିସ ଏବଂ ବେନିଫିଟ୍ସ ବିଷୟରେ ବହୁତ ପ୍ରକାର ବିବରଣୀ ପ୍ରଦାନ କରିବ। ତେବେ ମୋଟାମୋଟି ଭାବେ ଯଦି କହିବା ଏହି ଆପ୍‌ ଗ୍ରାହକଙ୍କୁ ବହୁତ ଫାଇଦା ଯୋଗାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.