ବେଗୁନିଆ ଭୂଇଁପୁର ରେଲୱେ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ମୃତ, ୫ ଗୁରୁତର

ବେଗୁନିଆ(କେନ୍ୟୁଜ୍): ବେଗୁନିଆ ଭୂଇଁପୁର ରେଲୱେ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ମୃତ ପାଞ୍ଚ ଗୁରୁତର । ଆଜି ସକାଳୁ ସକାଳୁ ବେଗୁନିଆ ମାନପୁର ଆଦିବାସୀ ସାହିରୁ କିଛି ଶ୍ରମିକ ଏକ ଅଟୋରେ କାମକୁ ଯାଉଥିବା ବେଳେ ଚଟୁଆ ଗାଁର ଦୁଇ ବାଇକ ଆରୋହୀ ବେଗୁନିଆ ଆଡୁ ଦ୍ରୁତ ଗତିରେ ଆସି ଏକ ଖାଲରେ ପଡି ଭାରସାମ୍ୟ ହରାଇ ଅଟୋରେ ମାଡ ହୋଇଥିଲେ ।

ତେବେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅଟୋରେ ବସିଥିବା ଜଣେ ମହିଳା ଖସିପଡି ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି । ଏଥିସହିତ ଅନ୍ଯଜଣେ ବାଇକ ଆରୋହୀ ସହ ଚାରି ଅଟୋ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ପଠାଯାଇଛି । ମୃତ ବାଇକ ଆରୋହୀ ଜଣଙ୍କ ଚଟୁଆ ଗାଁର କାଳନ୍ଦୀ ପାତ୍ର ହୋଇଥିବା ବେଳେ ମହିଳା ଜଣଙ୍କ ଧନି ନାୟକ ବୋଲି ଜଣାପଡିଛି। ବେଗୁନିଆ ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.