ବ୍ରହ୍ମପୁର ପୋଡ଼ାମାରି ମୁଖ୍ୟ ରାସ୍ତାରେ ମାଡ଼ିଗଲା କାର୍, ୨ ମୃତ

ମାଡ଼ିଗଲା କାର୍, ୨ ମୃତ। ବ୍ରହ୍ମପୁର ପାଟପୁର ଥାନା ପୋଡ଼ାମାରି ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ୨ ଜଣ ରାସ୍ତା ପାଖରେ ବସକୁ ଅପେକ୍ଷା କରି ଛିଡା ହୋଇଥିବାବେଳେ ଏକ କାର୍ ଦ୍ରୁତ ଗତିରେ ଆସି ଧକ୍କା ଦେଇ ପଳାଇ ଯାଇଥିଲା।

ବ୍ରହ୍ମପୁର (କେନ୍ୟୁଜ): ମାଡ଼ିଗଲା କାର୍, ୨ ମୃତ। ବ୍ରହ୍ମପୁର ପାଟପୁର ଥାନା ପୋଡ଼ାମାରି ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ୨ ଜଣ ରାସ୍ତା ପାଖରେ ବସକୁ ଅପେକ୍ଷା କରି ଛିଡା ହୋଇଥିବାବେଳେ ଏକ କାର୍ ଦ୍ରୁତ ଗତିରେ ଆସି ଧକ୍କା ଦେଇ ପଳାଇ ଯାଇଥିଲା।

ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁଇ ଜଣ ପୋଡାମାରିର ସୀମାଞ୍ଚଳ ପ୍ରଧାନ ଓ ପି. ରାମଚନ୍ଦ୍ରପୁରର ନିରୁ ମହାନ୍ତି। ପାଟପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.