Below header

ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ : ୨ ହାର୍ଡ କୋର ମାଓବାଦୀ ନିହତ

୨ ହାର୍ଡ କୋର ମାଓବାଦୀ ନିହତ । ମାଓ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ ।

ମାଲକାନଗିରି (କେନ୍ୟୁଜ): ୨ ହାର୍ଡ କୋର ମାଓବାଦୀ ନିହତ । ମାଓ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ । ବେଦେର ଜଙ୍ଗଲରେ ମାଓବାଦୀ ବେସ୍ କ୍ୟାମ୍ପ କରି ପୋଲିସକୁ ଟାର୍ଗେଟ କରିବା ପାଇଁ ଯୋଜନା କରୁଥିଲେ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ ।

ଏବେବି ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି । ଇନ୍ଦ୍ରାବତୀ ଏରିଆ କମିଟିର ମାଓ କମାଣ୍ଡର ମଲ୍ଲେସ ଏବଂ ମାଡ଼ ଡିଭିଜନ କମାଣ୍ଡର ଅରୁଣ ସମେତ ୨୦ରୁ ୨୫ ମାଓବାଦୀ, ପୋଲିସକୁ ଟାର୍ଗେଟ କରିବା ପାଇଁ ଯୋଜନା କରୁଥିଲେ । ଖବର ପାଇ ସର୍ଚ୍ଚ ଅପରେସନ କରିଥିଲା ପୋଲିସ । ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ ମାଓବାଦୀ । ଯବାନ ମଧ୍ୟ ପାଲଟା ଗୁଳି ଚାଲାଇଥିଲେ । ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ସମୟରେ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.