ଆଜି ବାଜିବ ନିର୍ବାଚନ ବିଗୁଲ୍, ତାରିଖ ଘୋଷଣା ସହିତ ଲାଗୁ ହେବ ଆଦର୍ଶ ଆଚରଣ ବିଧି

ଆଜି ବାଜିବ ନିର୍ବାଚନ ବିଗୁଲ୍ । ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଲୋକସଭା ନିର୍ବାଚନ ପାଇଁ ତାରିଖ ବାହାରିବ । ଏକାସଙ୍ଗେ ହେବ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ଭୋଟ୍ । ଅପରାହ୍ଣ ୩ଟାରେ ପ୍ରେସମିଟ କରି ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

ନୂଆଦିଲ୍ଲୀ : ଆଜି ବାଜିବ ନିର୍ବାଚନ ବିଗୁଲ୍ । ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଲୋକସଭା ନିର୍ବାଚନ ପାଇଁ ତାରିଖ ବାହାରିବ । ଏକାସଙ୍ଗେ ହେବ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ଭୋଟ୍ । ଅପରାହ୍ଣ ୩ଟାରେ ପ୍ରେସମିଟ କରି ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଏଥିସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ପୂର୍ବରୁ ସବୁ ରାଜ୍ୟ ଗସ୍ତ କରି ନିର୍ବାଚନ କମିଶନ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଚଳିତ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ସମସ୍ତ ପଦକ୍ଷେପ ନେଇଛନ୍ତି କମିଶନ । ରାଜନୈତିକ ଦଳ ଓ ନେତାଙ୍କ ଉଦ୍ଦେଶ୍ୟରେ ଜାରି ହୋଇଛି କଡ଼ା ନିର୍ଦ୍ଦେଶନାମା । ଆଚରଣବିଧି ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

ଭୋଟରଙ୍କୁ ବିଭ୍ରାନ୍ତ କରିବା ପାଇଁ ମିଥ୍ୟା ବୟାନବାଜି, ଭିତ୍ତିହୀନ ଅଭିଯୋଗ ନକରିବାକୁ ରାଜନୈତିକ ଦଳ ଓ ନେତାଙ୍କୁ ନିର୍ଦ୍ଦେଶ ରହିଛି । ୨୦୧୯ରେ ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ହୋଇଥିଲା । ଏପ୍ରିଲ ୧୧ରୁ ମେ ୧୯ ତାରିଖ ଯାଏ ହୋଇଥିଲା ଭୋଟଗ୍ରହଣ । ଏଥର କେତୋଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ ତାଉପରେ ନଜର ରହିଛି । ଆଗାମୀ ଲୋକସଭା ନିର୍ବାଚନରେ ମୋଟ୍ ୯୮କୋଟି ୮୮ ଲକ୍ଷ ମତଦାତା ଭୋଟ୍ ଦେବାକୁ ପଞ୍ଜିକୃତ କରିଛନ୍ତି । ତାଲିକାରେ ୧୮ରୁ ୨୯ ବର୍ଷ ଭିତରେ ଯୋଡ଼ି ହୋଇଛନ୍ତି ୨କୋଟି ଯୁବ ଭୋଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.