ଗୁପଚୁପ ବିକାଳି ଉପରକୁ ଚଢିଗଲା ଟିପର, ଦୁଇ ନାବାଳକ ଚାପି ହୋଇ ମୃତ

ଯୋଡା(କେନ୍ୟୁଜ୍): ଖଣି ଅଞ୍ଚଳରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ପାଲଟିଛି । ମାଳ ମାଳ ଖଣି କମ୍ପାନୀ ଥାଇ ମଧ୍ୟ ନାଁ ରାସ୍ତା ମରାମତିର ଚିନ୍ତା ନା କୋଣସି ସୁରକ୍ଷା ବ୍ଯବସ୍ଥା କଡାକଡି କରାଯିବାକୁ ନେଇ ଚିନ୍ତା କରାଯାଉଛି। ଖାଲି ଖଣି ଖନନ କରି କେମିତି ରାତାରାତି ଧନୀ ହେବେ ସେଥିପାଇଁ ଅଧିକରୁ ଅଧିକ ପରିବହନ କାର୍ଯ୍ଯ କରିବାରେ ବ୍ଯସ୍ତ ଖଣି ଲିଜଧାରୀମାନେ। ଏଭଳି ସ୍ଥିତିରେ ବଳି ପଡୁଛନ୍ତି ନୀରିହ ଜନସାଧାରଣ।
ସବୁଦିନ ଭଳି ଗତ ୨୨ ତାରିଖରେ ମଧ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଟିଏ ଟିପର (ଓଆର ଜିରୋ ନାଇନ ଏଚ୍ ୬୦୭୩ )ମହାପର୍ବତ ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରୁ କଞ୍ଚା ମାଲ ବୋଝେଇ ହୋଇ ଦ୍ରୁତ ଗତିରେ ନୟାଗଡ଼ ସାଇଡିଙ୍ଗକୁ ଯାଉଥିଲା। ଏହି ସମୟରେ କାଳିମାଟି ବେଲ୍ ଚଢ଼େଇ ସାଇଡ଼ରେ ଗୁପଚୁପ ବିକୁଥିବା ୧୩ ବର୍ଷ ବୟସର ନାବାଳକ ଓ ଗୁପୁଚୁପ ଖାଉଥିବା ଜଣେ ନାବାଳକ ଉପରେ ଚଢାଇ ଦେଇଥିଲା।
ମିଳିଥିବା ସୂଚନା ଅନୁସାରେ କାଳିମାଟିର ଲକ୍ଷ୍ମଣ ଭଗତ (୧୩) ସନ୍ଧ୍ୟାରେ କାଳିମାଟିଛକର ରାସ୍ତାକଡ଼ରେ ଠେଲା ଲଗାଇ ଗୁପ୍ଚୁପ୍ ବିକ୍ରି କରୁଥିଲେ। ନବମ ଶ୍ରେଣୀରେ ପଢ଼ୁଥିବା ଚନ୍ଦ୍ର ମୁଣ୍ଡାଙ୍କ ପୁଅ କିସ୍ମତ ମୁଣ୍ଡା (୧୪) ଆଜି ସନ୍ଧ୍ୟା ପ୍ରାୟ ୬ଟାବେଳେ ରାସ୍ତାରେ ଛିଡ଼ା ହୋଇ ତାଙ୍କ ପାଖରୁ ଗୁପ୍ଚୁପ୍ ଖାଉଥିଲେ। ଏହି ସମୟରେ ସ୍ଥାନୀୟ ଖଣିରୁ ଖଣିଜ ବୋଝେଇ କରି ନୟାଗଡ଼ସ୍ଥିତ ରେଳସାଇଡିଂକୁ ଯାଉଥିବା ଏକ ଡମ୍ପର (ଓଆର୍-୦୯-ଏଚ୍-୬୦୭୩) ଉଭୟଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି।
ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକେ ଆସି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ ବାମେବାରୀ ପୋଲିସ ପହଞ୍ଚି ଲୋକଙ୍କୁ ବଚଝାସୁଝା କରୁଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନଥିଲା। । ଯେତେ ପର୍ଯ୍ଯନ୍ତ ଖଣି କମ୍ପାନୀର କର୍ତୃପକ୍ଷ ନ ଆସିବେ ସେ ପର୍ଯ୍ଯନ୍ତ ଆମେ ଛାଡିବୁ ନାହିଁ ବୋଲି ଜିଦ୍ ଧରି ବସିଥିଲେ । ପରେ ଉଚ୍ଚ ପଦସ୍ଥ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ପୋଲିସ ଅଟକ ରଖିଛି।