ଆପଣଙ୍କ ପାନ୍ କାର୍ଡକୁ ଆଉ କିଏ ବ୍ୟବହାର କରୁଛନ୍ତି କି? ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଆଜିକାଲି ଆଧାର ଏବଂ ପାନ୍ କାର୍ଡ ଅତ୍ୟନ୍ତ ଜରୁରୀ ହୋଇଗଲାଣି। ଏସବୁ ବିନା ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇପାରିବ ନାହିଁ।ପାନ୍ କାର୍ଡ ପରିଚୟ ପତ୍ର ପ୍ରମାଣ ରୂପେ ବ୍ୟବହାର କରାଯାଇଥାଏ। ପାନ୍ କାର୍ଡକୁ ଭାରତର ନାଗରିକଙ୍କ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଜିନିଷ। ଛାତ୍ର-ଛାତ୍ରୀମାନେ ମଧ୍ୟ ୧୮ ବର୍ଷ ପରେ ପାନ୍ କାର୍ଡ ପାଇଁ ଆବେଦନ କରିପାରିବେ। ନାବାଳକଙ୍କ ପାଇଁ ମାତା-ପିତା ନିଜ ପକ୍ଷରୁ ପାନ୍ କାର୍ଡ ପାଇଁ ଆବେଦନ କରିପାରିବେ। ସୂଚନା ମୁତାବକ ପାନ୍ କାର୍ଡ ପାଇଁ ଆବେଦନ କରିବା ପାଇଁ ଅଧିକତମ ବୟସ ସୀମା ନାହିଁ।
ପାନ୍ କାର୍ଡ ଏକ ବହୁତ ଜରୁରୀ ଦସ୍ତାବିଜ୍। ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଜଡିତ ଅନେକ କାମରେ ପାନ୍ କାର୍ଡ ଆବଶ୍ୟକ ପଡିଥାଏ। ସାଧାରଣତଃ ଯେତେବେଳେ ଆପଣ କୌଣସି ଚାକିରିରେ ନିଯୁକ୍ତି ପାଆନ୍ତି, ସେତେବେଳେ ଆପଣଙ୍କୁ ପାନ୍ କାର୍ଡ ମଗା ଯାଇଥାଏ। ଏହିପରି ଭାବେ ଅନେକ କାମ ପାଇଁ ପାନ କାର୍ଡର ଆବଶ୍ୟକ ଆପଣଙ୍କୁ ପଡିଥାଏ। ଏହାବ୍ୟତୀତ ଅନେକ ଫାଇନାନସିଆଲ କାମ ପାଇଁ ମଧ୍ୟ ଏହାର ଆବଶ୍ୟକତା ଲୋକଙ୍କୁ ପଡିଥାଏ।
ଏହାରି ମଧ୍ୟରେ ପାନ୍ କାର୍ଡର ଅବଶ୍ୟକତା ଯେତେ ବଢୁଛି, ତାକୁ ନେଇ ଲୋକମାନେ ସେତେ ଅଧିକ ଠକାମିର ଶିକାର ହେଉଛନ୍ତି। ପାନ୍ ସମ୍ବଧିତ କିଛି ଘୋଟାଲା ଏବେ ସାମ୍ନାକୁ ଆସିଥିବାର ଜଣାପଡ଼ିଛି। କିଛି ଲୋକ ପାନ୍ କାର୍ଡ ଆପ୍ରୁ ଠକାମି କରି ଲୋନ୍ ନେଉଥିବା ଅଭିଯୋଗ ହୋଇଛି। ଫିନ୍ଟେକ୍ କମ୍ପାନୀ ଇଣ୍ଡିଆବୁଲସ୍ ର ଧନି ଆପ୍ରୁ ଏହି ଲୋନ୍ ନିଆଯାଇଛି। ନିକଟରେ ବଲିଉଡ୍ ଅଭିନେତ୍ରୀ ସନ୍ନୀ ଲିଓନି ମଧ୍ୟ ଠକାମିର ଶିକାର ହୋଇଛନ୍ତି। ଧନି ଆପ୍ରୁ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାଁରେ କେହି ଜଣେ ୨୦୦୦ଟଙ୍କା ଲୋନ ନେଇଛନ୍ତି। ସନ୍ନି ଲିଓନି ଟ୍ବିଟ୍ କରି ଏନେଇ ସୂଚନା ଦେଇଥିଲେ।।
ସୋସିଆଲ୍ ମିଡିଆରେ ଅନେକ ଲୋକ ତାଙ୍କ ନାଁରେ ଲୋନ୍ ନେଇଥିବା ଅଭିଯୋଗ କରିଛନ୍ତି। ଧନି ଆପ୍ରୁ ଲୋକେ ଠକାମିର ଶିକାର ହେଉଥିବା ଇଣ୍ଡିଆବୁଲସ୍ ମଧ୍ୟ ସ୍ବିକାର କରିଛି। କମ୍ପାନୀ ଏହାର ଯାଞ୍ଚ କରୁଥିବା କହିଛି। ଧନି ଆପ୍ ଗତ ୧୨ ମାସ ଭିତରେ ୩୫ ଲକ୍ଷ ଲୋକଙ୍କୁ ଲୋନ୍ ଦେଇଛି। ଗୁଗଲ୍ ପ୍ଲେ ଷ୍ଟୋରରୁ ଏହି ଆପକୁ ୫ କୋଟି ଲୋକ ଡାଉନ୍ଲୋଡ କରିଛନ୍ତି। ଏଥିପାଇଁ ପ୍ୟାନ୍ ଯା଼ଞ୍ଚ କରିବା ନିହାତି ଆବଶ୍ୟକ।

ତେଣୁ ଏହାକୁ ଦୃଷ୍ଟିରେ ରଖି ଡିପାର୍ଟମେଣ୍ଟ ଏବେ ସବୁ ଲୋକଙ୍କ ସୁରକ୍ଷା ସମ୍ପର୍କରେ ଆଗ ସତର୍କତା ଅବଲମ୍ବନ କରିଛନ୍ତି। ଆୟକର ବିଭାଗ ଦ୍ବାରା ଫର୍ମ 26AS ର ସୁବିଧା ଦିଆଯାଇଛି। ଯାହା ମାଧ୍ୟମରେ ଆପଣ ଆପଣଙ୍କର ପାନ୍ କାର୍ଡର ସବିଶେଷ ତଥ୍ୟ ଜାଣିପାରିବେ | ଏହି ଫର୍ମରେ ଆପଣଙ୍କର ପାନ୍ କାର୍ଡ କେଉଁଠାରେ ବ୍ୟବହୃତ ହୋଇଛି ସେ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସୂଚନା ରହିଛି। ଆୟକର ବିଭାଗର ଅଫିସିଆଲ୍ ୱେବସାଇଟ୍ www.incometax.gov.in ଏହାକୁ ଡାଉନଲୋଡ୍ କରିପାରିବେ। TRACES ପୋର୍ଟାଲରୁ ଆପଣ ଏହି ଫର୍ମକୁ ମଧ୍ୟ ଡାଉନଲୋଡ୍ କରିପାରିବେ |
ଯଦି ଆପଣଙ୍କର ପାନ୍ ସହିତ ଜଡିତ କୌଣସି ଅଭିଯୋଗ ଅଛି, ତେବେ ଆପଣ ଆୟକର ପୋର୍ଟାଲରେ ଅନଲାଇନରେ ଅଭିଯୋଗ କରିପାରିବେ। www.incometax.intelnetglobal.com କୁ ଯାଇ ଆପଣ ଅଭିଯୋଗ କରିପାରିବେ।