ସ୍କୁଲରେ ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କ ଠାରୁ ଗହଣା ଲୁଟ୍‌

ମୟୁରଭଞ୍ଜ(କେନ୍ୟୁଜ୍‌) : ସ୍କୁଲରେ ପଶି ବନ୍ଧୁକ ଦେଖାଇ ଶିକ୍ଷୟତ୍ରୀଙ୍କ ଠାରୁ ଲୁଟିନେଲେ ଗହଣା । ଦିନ ଦ୍ୱିପ୍ରହରରେ ଏଭଳି ଘଟଣା ଘଟିଛି ମୟୁରଭ ଜିଲ୍ଲା ବାରିପଦା ସଦର ଥାନା ଅଧୀନ ବାଉରା ପ୍ରାଥମିକ ବିଦ୍ୟାଳୟରେ। ବନ୍ଧୁକ ଓ ଛୁରି ଲଗାଇ ୨ ଜଣ ଶିକ୍ଷୟତ୍ରୀଙ୍କ ଠାରୁ ୨ ଜଣ ଦୁବୁର୍ତ୍ତ ଲୁଟିନେଲେ ସୁନା ହାର ମୁଦି ଓ ଚୁଢି।

ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା ଦୁଇ ଶିକ୍ଷୟିତ୍ରୀ । ଆଜି ଦିନ ପ୍ରାୟ ଗୋଟାଏ ସମୟରେ ୨ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ସ୍କୁଲରେ ପଶି ଶିକ୍ଷୟିତ୍ରୀ ନମିତା ମହାନ୍ତି ଓ ସ୍ୱର୍ଣ୍ଣଲତା ସୋରେନଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ସମସ୍ତ ଗହଣା ଖୋଲିବାକୁ କହିଥିଲେ ।

ସମସ୍ତ ସୁନା ଗହଣା ନେବା ପରେ ଦୁଇ ଶିକ୍ଷୟିତ୍ରୀଙ୍କୁ ବାହାରୁ କବାଟ ଦେଇ ବାଇକରେ ପଳାଇଥିଲେ ଦୁର୍ବୃତ୍ତ । ଉଭୟ ଦୁର୍ବୃତ୍ତ ଓଡ଼ିଆ ଭାଷାରେ କଥା ହେଉଥିଲେ। ଏପରିକି ଘଟଣା ସମ୍ପର୍କରେ ଜଣାଇଲେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା କହିଛନ୍ତି ଶିକ୍ଷୟିତ୍ରୀ ଦୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.