Below header

ଭୁବନେଶ୍ୱରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଆଉ ୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ରେ ପହଞ୍ଚିଛି । ଏବାବଦରେ ବିଏମ୍ସି ତରଫରୁ ଟ୍ୱିଟର ଆକାଉଣ୍ଟ ଜରିଆରେ ସୂଚନା ଦିଆଯାଇଛି । ଆକ୍ରାନ୍ତ ଦୁଇ ଜଣ ପଟିଆ ଅଂଚଳର ବୋଲି ସୂଚନା ମିଳିଛି | ଏମାନେ ଦୁହେଁ ଗୋଟିଏ ପରିବାରର ବୋଲି ଜଣାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ ଥିବା ବେଳେ ଆଉ ଜଣେ ୮ ବର୍ଷର ଝିଅ ଅଛନ୍ତି । ଏମାନେ ଦୁହେଁ ଦିଲ୍ଲୀ ଫେରନ୍ତା ବୋଲି ଜଣାଯାଇଛି । କହିରଖିବା ଉଚିତ ହେବକି ଆଜି ରାଜ୍ୟରେ ୭୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଏବାବଦରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ପୂର୍ବାହ୍ନରେ ସୂଚନା ଦିଆଯାଇଥିଲା । ଏହା ସହ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି । ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ଓଡ଼ିଶାରେ ୯ ଛୁଇଁଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ୧୮ ଜଣ । କହିରଖିବା ଉଚିତ ହେବକି, ଗତକାଲି ଭୁବନେଶ୍ୱରରେ ୫ ଜଣ ନୂଆ ପଜିଟିଭ କେଶ ଚିହ୍ନଟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.