Below header

କରୋନାକୁ ନେଇ ଚେତାବନୀ ଦେଲେ AIIMS ଡାକ୍ତର, କହିଲେ “ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ”

କରୋନାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ଏମ୍ସର ଡାକ୍ତର। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS) ର ଡାଇରେକ୍ଟର ଡାକ୍ତର ରଣଦୀପ ଗୁଲୋରିଆ କରୋନା ନେଇ ଚିନ୍ତା ବ୍ୟକ୍ତ କରିବା ସହ କହିଛନ୍ତି ଯେ ଭାଇରସ ପିକ୍ ରେ ଆସିବାକୁ ଆହୁରି ସମୟ ବାକି ଅଛି। ଏବେ ଭାଇରସର ପ୍ରାରମ୍ଭିକ ଅବସ୍ଥା। ଏହା ଆହୁରି ସାଂଘାତିକ ରୂପ ଧାରଣ କରିବ। ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ସମୟରେ କରୋନା ମାମଲା ବଢ଼ିବ ବୋଲି ସେ କହିଛନ୍ତି।

Visual Learning: A Vicious Circle - Yes! Magazine

କମ୍ୟୁନିଟି ଟ୍ରାନ୍ସଫରକୁ ନେଇ ସେ କହିଛନ୍ତି ଯେ ଦିଲ୍ଲୀ ଓ ମୁମ୍ବାଇର କେତେକ ସ୍ଥାନକୁ ହଟସ୍ପଟ ଘୋଷିତ କରାଯାଇଛି। ସେ ସବୁସ୍ଥାନରେ ଟ୍ରାନ୍ସଫରମେସନ ହେଉଛି ବୋଲି ଆମେ କହିପାରିବା। କିନ୍ତୁ ସାରା ଦେଶରେ ସେଭଳି ସ୍ଥିତି ନାହିଁ। ଦେଶରେ ୧୦-୧୨ଟି ଏଭଳି ସହର ରହିଛି ଯେଉଁଠି ସଂକ୍ରମଣର ଆଶଙ୍କା ଅଧିକ ରହିଛି, ସେଠାରୁ ହିଁ ୭୦-୮୦ ପ୍ରତିଶତ ମାମଲା ସାମ୍ନାକୁ ଆସୁଛି।

India's testing strategy is right, we have increased the numbers ...

ଏଥିସହ ଡାକ୍ତର କହିଛନ୍ତି ଯେ ଲକଡାଉନ ଯୋଗୁ ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନାକୁ ରୋକାଯାଇଥିଲା। କିନ୍ତୁ ଅନଲକ ହେବା ପରେ ଏବେ ସ୍ଥିତି ଅଧିକ ଖରାପ ହେଉଛି। କିନ୍ତୁ ଗରିବଙ୍କ ପେଟପାଟଣା ପାଇଁ ଲକଡାଉନ ଖୋଲିବା ଏକ ଭଲ ନିଷ୍ପତ୍ତି। ତଥାପି ଲୋକମାନେ ଘରେ ରହିବା ଉଚିତ। କାରଣ ଲୋକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଯୋଗୁ ସଂକ୍ରମଣ ବଢ଼ୁଛି। ଏଭଳି ସ୍ଥିତିରେ କିଏ କୋଉଠି ସଂକ୍ରମଣର ଶିକାର ହେବ ତାହା କହି ହେଉନାହିଁ।

AbbVie's HIV Drug Aluvia Seen as Potential Treatment for ...

ଏଣୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ଘରୁ ନ ବାହାରିବା ଭଲ। କାରଣ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥିବା ବ୍ୟକ୍ତିଙ୍କୁ କରୋନା ସହଜରେ ନିଜ ଶିକାର ବନାଇଥାଏ ବୋଲି ଡାକ୍ତର ଗୁଲୋରିଆ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.