ରେକର୍ଡ ଭାଙ୍ଗିଲା Realme Watch, ମାତ୍ର ୨ ମିନିଟରେ ବିକ୍ରି ହେଲା ୧୫ ହଜାର ୟୁନିଟ୍

Realmeର ପ୍ରଥମ ସ୍ମାର୍ଟୱାଚ Realme Watchର ପ୍ରଥମ ସେଲ ଅନୁଷ୍ଠିତ ହୋଇଯାଇଛି। ଏହି ସେଲରେ ଘଣ୍ଟା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଗତ ମାସରେ Realme Watch ଲଞ୍ଚ କରାଯାଇଛି। ଶୁକ୍ରବାର ୧୨ଟାରେ ଏହାର ପ୍ରଥମ ସେଲ ଆୟୋଜିତ ହୋଇଛି। କମ୍ପାନୀର ସୂଚନା ଅନୁସାରେ ଏହି ସେଲରେ ମାତ୍ର ୨ ମିନିଟରେ ପ୍ରାୟ ୧୫ ହଜାର ୟୁନିଟ ବିକ୍ରି ହୋଇଛି।

Realme Watchର ଆଗାମୀ ସେଲ ଜୁନ ୯ରେ ଦ୍ୱିପ୍ରହର ୧୨ ଟାରେ ରଖାଯାଇଛି। ଯଦି ଆପଣ ଗତ ସେଲରେ ଘଣ୍ଟା କିଣିପାରିନାହାନ୍ତି ତେବେ ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଏହାର ଦାମ୍ ଭାରତରେ ୩,୯୯୯ ଟଙ୍କା ରଖା ଯାଇଛି। ଏହାର ଡିଜାଇନ ଆପଲ ୱାଚ ଭଳି ରହିଛି।

Realme Watch With Touchscreen Support, Real-Time Heart Rate ...

Realme Watchରେ ବହୁ ପ୍ରକାରର ଫିଟନେସ ସେଣ୍ଟ୍ରିକ ଫିଚର ଦିଆଯାଇଛି। ଏଥିରେ ସ୍ପୋର୍ଟସ ମୋଡ଼ ଓ ହାଇ ରେଟ ଟ୍ରେକିଂ ଫିଚର। Realme Watch ୨.୫D ଗରିଲା ଗ୍ଲାସ ୩ ଲେୟର ଓ ୩୨୦×୩୨୦ ପିକ୍ସେଲ ରିଜଲ୍ୟୁସନ ସହ ୧.୪ ଇଞ୍ଚ ଟଚସ୍କ୍ରିନ କଲର ଡିସପ୍ଲେ ଦିଆଯାଇଛି। ଏହି ଘଣ୍ଟାରେ ରିୟଲ ଟାଇମ୍ ହାଇ ରେଟ ସେନ୍ସର ଓ ବ୍ଲଡ ଅକ୍ସିଜେନ ଲେବଲ ପାଇଁ SpO2 ମନିଟର ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.