ୟୁଜରଙ୍କୁ ଜିଓର ବଡ଼ ଉପହାର, ଏବେ ମାଗଣାରେ ବର୍ଷେ ଯାଏଁ ମିଳିବ Disney+ Hotstar VIPର ସବସ୍କ୍ରିପସନ

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଆଉ ଏକ ଭେଟି ଦେବାକୁ ଯାଉଛି। ଏବେ ଜିଓର ପ୍ରିପେଡ ଗ୍ରାହକ ମାତ୍ର ୩୯୯ ଟଙ୍କାରେ ୧୨ ମାସ ପାଇଁ Disney+ Hotstar VIP ର ସବସ୍କ୍ରିପସନର ଲାଭ ଉଠାଇ ପାରିବେ। ଏନେଇ ଜିଓ ତରଫରୁ ଶନିବାର ଦିନ ଘୋଷଣା କରାଯାଇଛି।

ଆସନ୍ତୁ ଜାଣିବା କଣ ରହିଛି ଅଫର:

ଜିଓ ୟୁଜରମାନେ ୪୦୧ ଟଙ୍କିଆ ମାସିକିଆ ପ୍ଲାନ ରିଚାର୍ଜ କରି ଏହି ଅଫରର ଲାଭ ଉଠାଇପାରିବେ। ଏହି ପ୍ଲାନରେ ୯୦ ଜିବି ଡାଟା ସହ ଅନଲିମିଟେଡ଼ କଲିଂର ସୁବିଧା ୨୮ ଦିନ ଯାଏଁ ମିଳିବ।

Jio Offers Free Disney+ Hotstar VIP Subscription to Its Prepaid ...

ୟୁଜର ଚାହିଁଲେ ୨୫୯୯ ଟଙ୍କିଆ ବର୍ଷିକିଆ ପ୍ଲାନ ମଧ୍ୟ ରିଚାର୍ଜ କରିପାରିବେ। ଏଥିରେ Disney+ Hotstar VIP ସବସ୍କ୍ରିପସନ ସହ ୭୪୦ ଜିବି ଡାଟା ମିଳିବ। ଏହି ପ୍ଲାନର ବୈଧତା ୩୬୫ ଦିନ ରହିବ।

Reliance Jio coming up with a Disney+Hotstar annual VIP plan

ଏଥି ସହ ଗ୍ରାହକଙ୍କ ପାଇଁ ଆଉ ଏକ କମ୍ବୋ ପ୍ୟାକ ମଧ୍ୟ ରହିଛି। ମାତ୍ର ୬୧୨ ଟଙ୍କାରେ ୟୁଜର Disney+ Hotstar VIP ସବସ୍କ୍ରିପସନ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.