ବାଲେଶ୍ବର: ପୋଖରୀରେ ବୁଡି ଦୁଇ କୁନି ସାଙ୍ଗ ମୃତ, ଗାଁରେ ଶୋକର ଛାୟା

ବାଲେଶ୍ୱର: ବସ୍ତା ଥାନା ଅନ୍ତର୍ଗତ ବଗଚରା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପୋଖରୀରେ ଗାଧୋଉଥିବା ବେଳେ ୨ ଶିଶୁ କନ୍ୟା ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ମୃତ ଶିଶୁ ମାନେ ହେଲେ ବାଲେଶ୍ବର ବସ୍ତା ଥାନା ଅନ୍ତର୍ଗତ ସୋଲପଟା ବଗଚରା ଗ୍ରାମର ଅନୁକୁଳ ପରମାଣିକଙ୍କ ୬ବର୍ଷର ଝିଅ ବର୍ଷା ପରମାଣିକ ଏବଂ ତାଙ୍କ ସାଙ୍ଗ ମାମା ଜେନା । ଉଭୟ ପୋଖରୀରେ ଗାଧୋଇବା ସମୟରେ ବୁଡି ଯାଇଥିଲେ । ପରିବାର ଲୋକେ ଦେଖିବା ପରେ ଦୁଇଜଣଙ୍କୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ବଗଚରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.