ମନେ ରହିବ ଏହି ଲାଷ୍ଟ କିସ୍, ପ୍ରେମିକଙ୍କୁ ଚୁମ୍ବନ ଦେବା ସମୟରେ ଜିଭ ଛିଡାଇ ନେଲେ ପ୍ରେମିକା

ସବୁଦିନ ପ୍ରାୟ ଏମିତି ଖବର ଆସେ ଯେ ସ୍ତ୍ରୀକୁ ସ୍ବାମୀ ଜଘଣ୍ୟ ଭାବରେ ହତ୍ୟା କରୁଛନ୍ତି କିମ୍ବା ସ୍ବାମୀକୁ ସ୍ତ୍ରୀ ଅତି ନିର୍ମମ ଭାବରେ ମାରୁଛନ୍ତି। କିନ୍ତୁ ଏବେ ଯେଉଁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ସେହି ଘଟଣାକୁ ଜାଣିଲା ପରେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଏହି ଘଟଣା ଶୁଣିବା ପରେ କୌଣସି ବି ପ୍ରେମୀ-ପ୍ରେମୀକା ଜଣେ ଜଣଙ୍କୁ ଚୁମ୍ବନ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ। କାରଣ ଏହି ଘଟଣା ହିଁ ସେମିତି।

ଜଣେ ଯୁବତୀ ଶେଷ ଥର ପାଇଁ ନିଜର ପୂର୍ବ ପ୍ରେମୀଙ୍କୁ କିସ୍ କରିବା ବାହାନାରେ ତାଙ୍କ ଜିଭ କାଟି ଦେଇଛନ୍ତି। ଘଟଣା ପରେ ମହିଳାଙ୍କୁ ଗିରଫ କରାଯାଇଛି। କୋର୍ଟ ମହିଳାଙ୍କୁ ଆଠ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ମଧ୍ୟ କରିପାରନ୍ତି। ଏହି ଘଟଣା ସ୍ପେନର ବାର୍ସିଲୋନାର ଅଟେ। ମିଡିଆ ରିପୋର୍ଟ ଅନୁଯାୟୀ ମହିଳା ଜଣଙ୍କ ନିଜ ପ୍ରେମୀଙ୍କ ସହିତ ଦ୍ବିତୀୟ ଥର ବ୍ରେକଅପ୍ ହେବା ପରେ ଶେଷ ଚୁମ୍ବନ ବାହାନାରେ ତାଙ୍କ ଜିଭକୁ କାଟି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଥମ ରିଲେସିନସିପ୍ କେବଳ ଦୁଇ ମାସ ପର୍ଯ୍ୟନ୍ତ ଥିଲା।

ଏହାର କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ପୁଣି ଥରେ ରିଲେସନସିପରେ ଆସିବାକୁ ନିଷ୍ପତି ନେଇଥିଲେ। କିନ୍ତୁ ଚାରି ମାସ ପରେ ପୁଣି ସେମାନଙ୍କ ମଧ୍ୟରେ ମନାନ୍ତର-ମତାନ୍ତର ହେବାରୁ ପ୍ରେମୀଙ୍କର ମୁଡ୍ ବଦଳିବାକୁ ଲାଗିଥିଲା। ଏହା ବିଷୟରେ ଯେତେବେଳେ ଗାର୍ଲଫ୍ରେଣ୍ଡ ଜାଣିଲେ ସେ ନିଜର ହିତାହିତ ଜ୍ଞାନ ଭୁଲିଗଲେ ଏବଂ ଜୋରରେ ଚିଲାଇବାକୁ ଲାଗିଲେ। ଏହି କାରଣରୁ ଆପାର୍ଟମେଣ୍ଟରେ ଲୋକମାନଙ୍କୁ ବହୁତ ସମସ୍ୟା ହେଉଥିଲା। ଅବଶ୍ୟ କିଛି ସମୟ ପରେ ସେ ନିଜ ପ୍ରେମୀ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରି ଚୁମ୍ବନ କରିବାକୁ ଲାଗିଲେ। ଏହି ସମୟରେ ହଠାତ୍ ସେ ତାଙ୍କ ପ୍ରେମୀଙ୍କ ଜିଭକୁ କାଟି ଦେଲେ।

କଟା ଜିଭର ଅଂଶକୁ ସେ ତଳେ ଫୋପାଡିଦେଇ ଘଟଣାସ୍ଥଳରୁ ଫେରାର ହୋଇଗଲେ। ଯନ୍ତ୍ରଣାରେ ପ୍ରେମୀ ଜଣଙ୍କ ଚିଲାଇବାକୁ ଲାଗିଲେ। ତାଙ୍କ ମୁହଁରୁ ଲଗାତର ରକ୍ତ ବାହାରୁଥିଲା। ପଡୋଶୀମାନେ ତାଙ୍କୁ ମେଡିକାଲ ନେଇଗଲେ। ଏହି ସମୟରେ ପୋଲିସ ମହିଳା ଜଣଙ୍କୁ ଗିରଫ କରିନେଇଥିଲେ। କିନ୍ତୁ ମହିଳା ଜଣଙ୍କ ବୟାନ ଦେବାକୁ ମନା କରିଦେଇଥିଲେ। ଅବଶ୍ୟ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିଲା। ଏବେ ଅଭିଯୁକ୍ତ ପ୍ରେମିକାଙ୍କୁ କୋର୍ଟରେ ଛିଡା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.