ସରସ୍ବତୀ ମୂର୍ତ୍ତି ଆଣିବାକୁ ଯିବା ସମୟରେ ଓଲଟିଲା ଅଟୋ: ଦୁଇ ଛାତ୍ର ଗୁରୁତର ଓ ତିନି ଆହତ
ଜଳେଶ୍ଵର(କେନ୍ୟୁଜ୍): ସରସ୍ବତୀ ମୂର୍ତ୍ତି ଆଣିବାକୁ ଯିବା ସମୟରେ ଓଲଟିଲା ଅଟୋ। ଦୁଇ ଛାତ୍ର ଗୁରୁତର ଓ ତିନି ଆହତ। ସମସ୍ତେ ଜଳେଶ୍ବର ବ୍ଲକ ଓଲମରା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ହୋଇଥିବା ସୂଚନା ।
ରାଇବଣିଆକୁ ସରସ୍ବତୀ ପୂଜା ପାଇଁ ମୂର୍ତ୍ତି ଆଣିବା ପାଇଁ ଯିବା ସମୟରେ ଭାରସାମ୍ଯ ହରାଇ କଣ୍ଟାବଣି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଅଟୋ। ଗୁରୁତର ଦୁଇ ଛାତ୍ରଙ୍କୁ ବାଲେଶ୍ୱର ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି।