ରାଇକିଆ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତ

ଗାଧୋଇବାବେଳେ ଅଘଟଣ। ପୋଖରୀରେ ବୁଡ଼ି ୨ ମହିଳା ମୃତ। ମୃତକ ଦୁଇ ଜଣ କୁରୁମଣି ଓ ସୂର୍ଯ୍ୟକାନ୍ତି ପ୍ରଧାନ। ଜି. ଉଦୟଗିରି ଥାନା ଲିଙ୍ଗାଗଡ଼ କୁତୁଲୁମା ଗାଁରେ ଏହି ଅଘଟଣ ଘଟିଛି ।

ରାଇକିଆ(କେନ୍ୟୁଜ୍): ଗାଧୋଇବାବେଳେ ଅଘଟଣ। ପୋଖରୀରେ ବୁଡ଼ି ୨ ମହିଳା ମୃତ। ମୃତକ ଦୁଇ ଜଣ କୁରୁମଣି ଓ ସୂର୍ଯ୍ୟକାନ୍ତି ପ୍ରଧାନ। ଜି. ଉଦୟଗିରି ଥାନା ଲିଙ୍ଗାଗଡ଼ କୁତୁଲୁମା ଗାଁରେ ଏହି ଅଘଟଣ ଘଟିଛି।

ଆଜି ସକାଳେ ମହିଳା ଦୁଇ ଜଣ ଗାଧୋଇବାକୁ ପୋଖରୀକୁ ଯାଇଥିବାବେଳେ ଗୋଡ଼ ଖସି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଜି ଉଦୟଗିରି ପୋଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.