ତିତିଲି ବାତ୍ୟାକୁ ପୂରିଲା ଦୁଇ ବର୍ଷ,ଏବେ ବି ଦକ୍ଷିଣ ଓଡିଶା ଲୋକଙ୍କ ମନରୁ ଯାଇନାହିଁ ଭୟାବହ ଦୃଶ୍ୟ

କେନ୍ୟୁଜ୍(ବ୍ୟୁରୋ):  ତିତିଲି ବାତ୍ୟାକୁ ପୂରିଲା ଦୁଇ ବର୍ଷ । ୨୦୧୮ ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା ତିତିଲି ସାମୁଦ୍ରିକ ଝଡର ତାଣ୍ଡବ । ପୁରୀ ଓ ଗୋପାଳପୁର ଠାରେ ତିତିଲି ଲ୍ୟାଣ୍ଡଫଲ କରିବା ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ । ତେବେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତମାଳାରେ ସ୍ଥଳଭାଗ ଛୁଇଁଥିଲା । ଜିଲ୍ଳାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଅନେକଙ୍କ ଜୀବନଜୀବିକା ଛଡାଇ ନେଇଥିଲା ବାତ୍ୟା ।

titli cyclone

ଗଜପତି ଜିଲ୍ଲା ସଦରମହକୁମରୁ ଆରମ୍ଭ କରି ରାୟଗଡ ବ୍ଲକ, ଆର.ଉଦୟଗିରି ବ୍ଲକ, ନୂଆଗଡ ବ୍ଲକ, କାଶୀନଗର ବ୍ଲକ, ଗୋଷାଣୀ ବ୍ଲକର ୨ଟି ପଞ୍ଚାୟତରେ ପ୍ରଭାବ ପରିଲିକ୍ଷିତ ହୋଇଥିଲା । ୫୧ଜଣଙ୍କ ମୃତ୍ୟୁ ଘଟିଥିଲା । ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତରେ ୧୮ଜଣଙ୍କ ଜୀବନ ତିତିଲି ନେଇଥିବା ବେଳେ କେବଳ ବାରଘର ଗ୍ରାମର ୧୬ଜଣଙ୍କ ଜୀବନ ନେଇଥିଲା ତିତିଲି । ଏପରି କି ଜିଲ୍ଲାର ବଂଶଧାରା ଓ ମହେନ୍ଦ୍ରତନୟା ନଦୀ ସର୍ତକ ସଙ୍କେତ ଉପରେ ପ୍ରଭାହିତ ହୋଇଥିଲା । ବାତ୍ୟାକୁ ଦୁଇବର୍ଷ ପୂରିଛି । ଏବେ ବି ଲୋକଙ୍କ ମନରୁ ଭୟାବହ ଦୃଶ୍ୟ ଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.