Below header

ମା’ ପରି କିଏ ହେବ ! ଛୋଟ ଛୋଟ ମାଙ୍କଡ ଛୁଆଙ୍କୁ ମା’ ପରି କ୍ଷୀର ପିଆଉଛନ୍ତି ମହିଳା, ଭାଇରାଲ ହେଉଛି ଭିଡିଓ

କଥାରେ ଅଛି ପ୍ରେମ, ଭଲପାଇବା ଓ ସ୍ନେହ ଆଗରେ ପଶୁ, ମଣିଷ ସମସ୍ତେ ସମାନ । ଯଦି ସ୍ନେହ ଦିଆଯାଏ ତେବେ ସେମାନେ ବି ନିଜ ପିଲା ଠାରୁ ବଳିକି ହୋଇପାରନ୍ତି । ଏପରି ଉଦାହରଣ ମାନ ତ ଆପଣ ଅନେକ ଦେଖିଥିବେ । କୋଉଠି କୁକୁର ନିଜ ମାଲିକ ପାଇଁ ଜୀବନ ଦେଉଛି ତ କେଉଁଠି ମାଙ୍କଡ ନିଜ ମାଲିକକୁ ଝୁରି ଝୁରି ଜୀବନ ହାରୁଛି । ଏମିତି ହିଁ ଏକ ସମାନ ଘଟଣାକୁ ନେଇ ଏକ ଭିଡିଓ ବର୍ତ୍ତମାନ ସମୟରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓ ଟିରେ ଜଣେ ମହିଳା ଛୋଟ ଛୋଟ ମାଙ୍କଡ ଛୁଆ ମାନଙ୍କୁ ନିଜ ଛୁଆଙ୍କ ଠାରୁ ବଳି ସ୍ନେହ ଦେଇ ଚାଲିଛନ୍ତି । ମହିଳା ଜଣଙ୍କ ବୋତଲରେ କ୍ଷୀର ଭର୍ତ୍ତି କରି ପିଆଉଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମହିଳା ଜଣଙ୍କ ଛୋଟ ଛୋଟ ମାଙ୍କଡ ଛୁଆ ମାନଙ୍କୁ ଏତେ ଯତ୍ନରେ ରଖିଛନ୍ତିକି, ମାଙ୍କଡ ମାନଙ୍କୁ ଡାଇପର ପିନ୍ଧାଇଛନ୍ତି ।

ମା’ ପରି ଦେଇଥିବା କ୍ଷୀର ବୋତଲକୁ ମଣିଷ ପିଲା ପରି ପିଇଚାଲିଛନ୍ତି ଛୋଟ ଛୋଟ ମାଙ୍କଡ ଛୁଆ ଗୁଡି଼କ । ମା ଯେମିତି ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲା ସମୟରେ ପିଲାମାନେ ଉତ୍ସୁକତାର ସହ ଚାହିଁ ବସିଥାନ୍ତି ଠିକ ସେହିପରି ଉତ୍ସୁକତାର ସହ ଚାହିଁବସିଚନ୍ତି ଏହି ମାଙ୍କଡ ଛୁଆ ମାନେ । ସେମାନେ ବି ଯେମିତି ସତରେ ଜାଣି ଯାଉଛନ୍ତିକି ତାଙ୍କୁ ଏବେ କ୍ଷୀର ମିଳିବ । ଛୋଟ ଛୁଆଙ୍କ ପରି ଡେଇଁ ଚାଲିଛନ୍ତି । କହିରଖିବା ଉଚିତ ହେବକି, ଭିଡିଓଟିକୁ  @Gahlaut manish ନାମକ ଜଣେ ମହିଳା ସେୟାର କରିଥିବା ବେଳେ ଏହାର କ୍ୟାପ୍ସନରେ ଲେଖିଛନ୍ତିକି, “ଭିଡିଓଟି ନିଶ୍ଚିନ୍ତ ରୂପେ ଆପଣଙ୍କୁ ଖୁସି କରିବ” ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.