ଫ୍ରେଞ୍ଚ ଓପନ ଟାଇଟଲ ଜିତିଲେ ପୋଲାଣ୍ଡର ୧୯ ବର୍ଷୀୟା ଇଗା ସ୍ୱେତକ୍‌, କେନିନ୍‌ଙ୍କୁ ସିଧାସଳଖ ଭାବେ ହରାଇଲେ

ପୋଲାଣ୍ଡ୍ର ୧୯ ବର୍ଷୀୟା ଇଗା ସ୍ବେତକ୍ ଫ୍ରେଞ୍ଚ ଓପନ ଟାଇଟଲ ହାସିଲ କରିଛନ୍ତି। ଶନିବାର ମହିଳା ଏକକ ଫାଇନାଲରେ ସ୍ବେତକ୍ ଚତୁର୍ଥ ମାନ୍ୟତାପ୍ରାପ୍ତ ଆମେରିକାର ସୋଫିଆ କେନିନ୍ଙ୍କୁ ସିଧାସଳଖ ସେଟରେ ପରାସ୍ତ କରି ଫ୍ରେଞ୍ଚ  ଓପନ୍ ମୁକୁଟ ପିନ୍ଧି ନେଇଛନ୍ତି। ଏହା ମଧ୍ୟ ସ୍ବେତକ୍ଙ୍କ କ୍ୟାରିୟରରେ ପ୍ରଥମ ଗ୍ରାଣ୍ଡସ୍ଲାମ  ଟ୍ରଫି।

ଦୀର୍ଘ ୨୯ ବର୍ଷ ପରେ ସର୍ବକନିଷ୍ଠ ମହିଳା ଖେଳାଳି ଭାବେ ଫ୍ରେଞ୍ଚ୍ ଓପନ୍ ଫାଇନାଲରେ ପହଞ୍ଚିବାର ଗୌରବ ଅର୍ଜନ କରିଥିବା ୧୯ ବର୍ଷ ବୟସ୍କା ସ୍ବେତକ୍ ୬-୪ ଓ ୬-୧ ସେଟରେ କେନିନ୍ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଏଥି ସହିତ ସ୍ବେତକ୍ ମଧ୍ୟ ପ୍ରଥମ ପୋଲାଣ୍ଡ ଖେଳାଳି ଭାବେ ଏକକ ବର୍ଗରେ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିଲେ।

ଫଳରେ କେନିନ୍ଙ୍କ ଦ୍ବିତୀୟ ଗ୍ରାଣ୍ଡ୍ ସ୍ଲାମ୍ଟ୍ର ଫି ଜିତିବାର ଆଶା ଧୂଳିସାତ୍ ହୋଇଗଲା। କେନିନ୍ ଚଳିତ ବର୍ଷ ଫେବୃଆରୀରେ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତିଥିଲେ। ଯାହାକି ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ବିଜୟ ଥିଲା। ସେ ମଧ୍ୟ ଚଳିତ ବର୍ଷ ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲ୍ ପ୍ରବେଶ କରିଥିଲେ। ୧୯୯୨ରେ ମୋନିକା ସେଲେସ୍ ସୁଜାନେ ଲେଙ୍ଗ୍ଲେନ୍ କପ୍ ଜିତିବା ପରେ ସ୍ବେତକ୍ ସର୍ବକନିଷ୍ଠା ଭାବେ ଟ୍ରଫି ଜିତିବାର ଗୌରବ ହାସଲ କଲେ।

Leave A Reply

Your email address will not be published.