ଦେଶରେ ୭୦ ଲକ୍ଷ ଡେଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେଣି ୬୦ ଲକ୍ଷ ସଂକ୍ରମିତ

କେନ୍ୟୁଜ୍(ବ୍ୟୁରୋ):  ଆଜି ଦେଶରେ ୭୦ ଲକ୍ଷ ଡେଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥ ହେଲେଣି ୬୦ ଲକ୍ଷ ସଂକ୍ରମିତ । ଓଡ଼ିଶାରେ ଏହି ସଂଖ୍ୟା ଅଢ଼େଇ ଲକ୍ଷ ଛୁଇଁବ । ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ୭୯ ହଜାର ୪୨୩ । ରାଜ୍ୟରେ କରୋନାରେ ୨ ଲକ୍ଷ ୪୯ ହଜାର ୬୯୩ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୭୩ ହଜାର ୨୭୨ ନୂଆ ଆକ୍ରାନ୍ତ ।

ଏହି ସମୟରେ ଓଡ଼ିଶାରୁ ସଂକ୍ରମିତ ହୋଇଛନ୍ତି ୨ ହଜାର ୮୫୪ । ତେବେ ରାଜ୍ୟରେ ୧୧ ପ୍ରତିଶତ ଆକ୍ଟିଭ୍‌ କେସ ରହିଛି । ସେପଟେ ଦେଶରେ ବି କମୁଛି ଏହି ସଂଖ୍ୟା । ବର୍ତ୍ତମାନ ସାରା ଦେଶରେ ଚିକିତ୍ସାଧୀନ ଅଛନ୍ତି ୮ ଲକ୍ଷ ୮୩ ହଜାର ୧୮୫ ଆକ୍ରାନ୍ତ । ମୋଟ୍‌ ଆକ୍ରାନ୍ତଙ୍କ ୧୨.୬୫ ପ୍ରତିଶତ ଆକ୍ଟିଭ୍‌ କେସ୍‌ ରହିଛି ।

 

 

Leave A Reply

Your email address will not be published.