ଦଶ କାର୍ଯ୍ୟ କରିବାକୁ ଯାଇଥିବା ସମୟରେ ନଦୀରେ ବୁଡି ଦୁଇ ମୃତ, ଜଣେ ଉଦ୍ଧାର

ଦଶ କାର୍ଯ୍ୟ କରିବାକୁ ଯାଇ ଦୁଇ ମୃତ ଜଣେ ଉଦ୍ଧାର l ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧୀନସ୍ତ ବିରିଡି ଥାନା ଅଞ୍ଚଳର ବାରେଡ଼ିଆ ନଦୀ ଘାଟ ନିକଟରେ l

ଜଗତସିଂହପୁର : ଦଶ କାର୍ଯ୍ୟ କରିବାକୁ ଯାଇ ଦୁଇ ମୃତ ଜଣେ ଉଦ୍ଧାର l ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧୀନସ୍ତ ବିରିଡି ଥାନା ଅଞ୍ଚଳର ବାରେଡ଼ିଆ ନଦୀ ଘାଟ ନିକଟରେ l ସୂଚନା ଅନୁଯାଇ ବାରେଡ଼ିଆ ଗ୍ରାମର ଯବାନ ସତ୍ୟନାରାୟଣ ପାଲଙ୍କ ଦଶାହ କର୍ମରେ ବାରେଡ଼ିଆ ଦେବୀ ନଦୀ ପୋଲ ନିକଟକୁ ଗାଧୋଇବାକୁ ଯାଇଥିବା ସମୟରେ ତିନି ଯୁବକଙ୍କ ପାଦ ଖସି ଯାଇ ଭାସି ଯାଇଥିଲେ  l

ଘଟଣାସ୍ଥଳରେ ବିରିଡି ଅଗ୍ନିଶମ ବାହିନୀ ପହଂଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତିନି ଜଣକୁ ଉଦ୍ଧାର କରାଯାଇ ଥିଲା  l  ହେଲେ  ଟିକିନା ପାଲଙ୍କ ପୁଅ ଜଗନ ପାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ବେଳେ ଅନ୍ୟ ଦୁଇ ଜଣ ପ୍ରସନ ପାଲଙ୍କ ପୁଅ ସୋଦେଶ ପାଲ ୨୨ ବର୍ଷ ଓ ଗୌରାଙ୍ଗ ପାଲଙ୍କ ପୁଅ ରିଙ୍କୁ ପାଲ ୩୨ ବର୍ଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା l  ସେମାନଙ୍କୁ ଅଡ଼ସପୁର  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା  l

କିନ୍ତୁ ଡାକ୍ତର ସେଠାରେ ଦୁଇ ଜଣକୁ ମୃତ୍ୟୁ ଘୋଷଣା କରିଥିଵା ନେଇ ସୂଚନା ମିଳିଛି l ଅନ୍ୟପଟେ ଏହି ଖବର ପାଇବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳି ଯାଇଛି  l ଯବାନ ସତ୍ୟନାରାୟଣ ପାଲ ଗାଡ଼ି ଧକାରେ ମୃତୁ ବରଣ କରିଥିଲେ l ଆଜି ଦଶାହ କର୍ମ ହେଉଥିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.