ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌, ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୬ଲକ୍ଷ ୬୦ ହଜାର କ୍ୟୁସେକ୍‌ ଜଳ କରୁଛି ପ୍ରବେଶ

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୪.୦୮ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬ଲକ୍ଷ ୬୦ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ, ୩ଲକ୍ଷ ୩୦ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଉପର ମୁଣ୍ଡରୁ ଡ୍ୟାମ୍‌ ମଧ୍ୟକୁ ପ୍ରବଳ ଜଳ ଆସିବାରୁ ଡ୍ୟାମ୍‌ କର୍ତୁପକ୍ଷ ୨୦ଟି ଗେଟ୍‌ ଖୋଲିଛନ୍ତି। ଜଳସ୍ତର ଦେଖି ଅନ୍ୟ ଗେଟ ଖୋଲିବା ନେଇ ବିଚାର ହେବ ବୋଲି ଡ୍ୟାମ୍‌ କର୍ତ୍ତୁପକ୍ଷ କହିଛନ୍ତି।

ସୂଚନା ଥାଉକି, ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାରା ରାଜ୍ଯରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିଭିନ୍ନ ଜିଲ୍ଲାର ଅନେକ ଗାଁ ଏବେ ଜଳବନ୍ଦୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.