ସାରା ବିଶ୍ୱକୁ ଭାଇରସ୍ ବାଣ୍ଟି ନିଜେ ଉତ୍ସବ ମନାଉଛି ଚୀନ୍‌

ସତରେ ଚୀନ୍ ଯେଉଁ କାମ କରୁଛି ସେଥିରେ ନରାଗିବା ଲୋକ ବି ରାଗିବ । ସାରା ଦୁନିଆକୁ କରୋନାରେ ପୀଡ଼ିତ କରାଇ ନିଜେ ଏବେ ମଜା ମାରୁଛି । ଏହି ମହାମାରୀ ପାଇଁ ଲୋକେ ମାସ୍କ ପିନ୍ଧୁଛନ୍ତି ଓ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି । ହେଲେ ଚୀନ୍‌ରେ ଚାଲିଛି ପାର୍ଟି । ନା ସାମାଜିକ ଦୂରତା ନା ମାସ୍କ, କିଛି ବି ବବହାର କରୁନାହାନ୍ତି ସେମାନେ ।
କରୋନା ଭାଇରସ୍ ବ୍ୟାପିବାର ୮ ମାସ ପରେ ବୁହାନ୍ ସମେତ ଚୀନ୍‌ର ବିଭିନ୍ନ ସହରରେ ଉତ୍ସବ ଓ ପାର୍ଟି ଆୟୋଜିତ ହେଉଛି । ଧୁମ୍ ମଜା କରୁଛନ୍ତି ଲୋକେ ।

ରାଜଧାନୀ ବେଜିଂର ଚାଙ୍ଗଲିରେ ଗତ ସପ୍ତାହରେ ଏକ ବଡ଼ ସଂଗୀତ ଆସର ଆୟୋଜିତ ହୋଇଥିଲା । ଯେଉଁଥିରେ ୪ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ । ସ୍ଥାନୀୟ ଲୋକେ କହୁଛନ୍ତି ଯେ ଦୀର୍ଘ ଦିନରେ ଆମେ ସବୁ ଘରୁ ବାହାରିଥିଲୁ। ତେଣୁ ନିୟମ କଥା ଭୁଲିଗଲୁ । ସେହିପରି ସେଡଙ୍ଗରେ ବଡ଼ ଉତ୍ସବ ଏବଂ ବୁହାନ୍‌ରେ ନାଇଟ୍ ପାର୍ଟି କରାଯାଇଥିଲା । ଯେଉଁଥିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.