Below header

ରୁପାରେ ଝଲସିବ ପୁରୀ ଶ୍ରୀମନ୍ଦିର ଭିତରେ ଥିବା ୩ଟି ପ୍ରମୁଖ ଦ୍ୱାର, ପ୍ରଶାସନ ପକ୍ଷରୁ ପ୍ରାଥମିକ ଅଟକଳ ଓ ଡିଜାଇନ୍‌ ପ୍ରସ୍ତୁତ

ପୁରୀ: ରୁପାରେ ଝଲସିବ ପୁରୀ ଶ୍ରୀମନ୍ଦିର ଭିତରେ ଥିବା ୩ଟି ପ୍ରମୁଖ ଦ୍ୱାର । ୧ କୁଇଣ୍ଟାଲରୁ ଅଧିକ ରୁପା କାରୁକାର୍ଯ୍ୟ ଲାଗିବ । ଏଥିପାଇଁ ଆସିଛି ପ୍ରସ୍ତାବ । ପ୍ରାଥମିକ ଭାବରେ ଶ୍ରୀମନ୍ଦିର ଜୟବିଜୟ, କଳାହାଟ ଓ ବେହରଣ ଦ୍ୱାରକୁ ରୂପା ଛାଉଣୀ କରାଯିବ । ନଷ୍ଟ ହେବାକୁ ବସିଥିବା ୩ଟି ଦ୍ୱାରକୁ ବଦଳାଇ ପ୍ରଥମେ ବର୍ମାଟିକ କାଠରେ ନିର୍ମାଣ କରାଯିବ ।

ପରେ କରାଯିବ ରୂପା ଛାଉଣୀ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରାଥମିକ ଅଟକଳ ଓ ଏହାର ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି । ବଦାନ୍ୟ ବ୍ୟକ୍ତିଙ୍କ ଦାନ ରୂପାରେ ଏହି ଦ୍ୱାର ଗୁଡିକୁ ରୂପାଛାଉଣି କରିବା ପାଇଁ ଆଲୋଚନା ଆରମ୍ଭ କରିଛି ପ୍ରଶାସନ । ତେବେ ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି କୌଣସି ଚୁଡାନ୍ତ ନିଷ୍ପତ୍ତି ନେଇନାହିଁ । ସେପଟେ ଏହି ୩ଟି ଦ୍ୱାର ପରେ ଶ୍ରୀମନ୍ଦିରର ପ୍ରମୁଖ ୪ଟି ଦ୍ୱାରକୁ ରୂପା ଛାଉଣୀ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି କିଛି ସେବାୟତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.