ମାତିଲେ ଲୁଟେରା : ଝିଅ ବାହାଘର ପାଇଁ ରଖିଥିବା ୨୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ଝିଅ ବାହାଘର ପାଇଁ ରଖିଥିଲେ ସୁନା। ହେଲେ ଲୁଟିନେଲେ ଲୁଟେରା। ଏପରି ଘଟଣା ଘଟିଛି ଭୁବନେଶ୍ବରର ମଞ୍ଚେଶ୍ୱର ଅଂଚଳରେ।

ଭୁବନେଶ୍ୱର (କେନ୍ୟୁଜ): ନୂଆବର୍ଷ ପୂର୍ବରୁ ଅଶାନ୍ତ ହେଲାଣି ରାଜଧାନୀ କେଉଁଠି ଏନକାଉଣ୍ଟର ହେଉଛି ତ ପୁଣି କେଉଁଠି ମାତିଲେଣି ଲୁଟେରା । ଘରେ କେହି ନଥିବାର ସୁଯୋଗ ନେଇ ବୁଲାଇଲେ କଳାକନା । ଏପରି ଘଟଣା ଘଟିଛି ଭୁବନେଶ୍ବରର ମଞ୍ଚେଶ୍ୱର ଅଂଚଳରେ ।

ସୂଚନା ଅନୁସାରେ ମଞ୍ଚେଶ୍ୱରର ଦେବଦତ୍ତ ସାମଲ ତାଙ୍କ ଝିଅ ବାହାଘର ପାଇଁ ରଖିଥିବା ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ଦେଢ଼ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ଚୋର । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଥାନା କେସ୍‌ ନଂ-୫୩୬/୨୩ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଦେବଦତ୍ତ ରାଜସ୍ଥାନରେ ରହୁଥିବା ବେଳେ ତାଙ୍କ ପରିବାର ଦେଓଘର ବୁଲିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଆଲମିରା ତାଡି ଲୁଟେରାମାନେ ଲୁଟ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଦେବଦତ୍ତ ସାମଲ ଚକେଇସିଆଣି ପ୍ଲଟ୍‌ ନଂ-୩୩୧୧ରେ ରୁହନ୍ତି। ଏଠାରେ ରହୁଥିବା ତାଙ୍କ ସ୍ତ୍ରୀ, ପୁୂଅ, ଝିଅ ଓ ଶ୍ୱଶୁର ଗତ ୨୪ ତାରିଖରେ ଘରେ ତାଲା ପକାଇ ଦେଓଘର ବୁଲିବାକୁ ଯାଇଥିଲେ । ସେମାନେ ସକାଳେ ଖବର ପାଇଥିଲେ କି ତାଙ୍କ ଘର ତାଲା ଭଙ୍ଗାଯାଇ ଚୋରି ହୋଇଛି । ଖବରପାଇ ଭୁବନେଶ୍ୱର ଫେରୁଥିବା ଦେବଦତ୍ତ ଘରେ ପହଞ୍ଚି ଦେଖିବା ବେଳକୁ ଆଲମିରା ତଡ଼ା ଯାଇଛି । ଆଉ ଝିଅ ବାହାଘର ପାଇଁ ରଖା ଯାଇଥିବା ସମସ୍ତ ସୁନାଗହଣା ଲୁଟ ହୋଇଛି। ଏନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.