ଋଣ ନେଇ ଆରମ୍ଭ କରିଥିଲେ ଖଲି ଦନା ତିଆରି, ଆଜି ତାକୁ ବିକ୍ରି କରି ରୋଜଗାରକ୍ଷମ ହୋଇଛନ୍ତି ମହିଳା

ମଣଦା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଦ୍ୱାରା ଚଳିତବର୍ଷ ପ୍ରଥମ ଖଲି ଦନା, ସ୍ଵୟଂ ସହାୟିକାଙ୍କ ଦ୍ବାରା ବିକ୍ରୟ ଆରମ୍ଭ ହୋଇଛି । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବପ୍ରସାଦ ରଥଙ୍କ ମାର୍ଗଦର୍ଶନ ଏବଂ ଏସିଏଫ ଧରିତ୍ରୀ ମୁର୍ମୁଙ୍କ ତତ୍ତ୍ଵାବଧାନରେ ସଂଯୋଜକ ବିଜୟ କେତନ ବିଶ୍ୱାଳଙ୍କ ଉପସ୍ଥିତିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପ୍ରୋସାହିତ କରି ପରିବେଶ ଉପଯୋଗୀ କାର୍ଯ୍ୟ ଆରମ୍ଭ କରିଥିଲେ ।

ବଡ଼ଶିଆଳିନଈ ବନ ସୁରକ୍ଷା ସମିତିର ମା ଯଶୋଦା ସ୍ୱୟଂ ସହାୟକ ଗୋଷ୍ଠୀ ଆବର୍ତ୍ତନ ପାଣ୍ଠିର ରଣ ନେଇ ଶାଳପତ୍ର କିଣି ନିଜ ବଳକା ସମୟରେ ଦନା ତିଆରି କରିବାକୁ ଆରମ୍ଭ କରିଥିଲେ । ଆଜି ମହିଳାଙ୍କ ଦ୍ବାରା ୧୨ ହଜାର ୬ ଶହ ଶାଳପତ୍ର ତିଆରି ଖଲି ଦନା ବିକ୍ରି ଆରମ୍ଭ ହୋଇଛି । ଗ୍ରାମ ପାଖର ଚାହିଦା ପୂରଣ ନିମିତ୍ତ ସାନଶିଆଳିନଈ ଲୋକଙ୍କୁ ୬ ହଜାର ୩୦୦ଟି ହୋଇଥିବାବେଳେ ରାଇରଙ୍ଗପୁରରେ ୬ ହଜାର ୩୦୦ଟି ଦନା ବିକ୍ରି ହୋଇଛି ବୋଲି ଏସ ଏମ୍. ଏସ୍ ତ୍ରିଲୋଚନ ରାଏ ଓ ରାମକୃଷ୍ଣ ଦାସ ସୂଚନା ଦେଇଛନ୍ତି। ଶାଳପତ୍ର ମୂଲ୍ୟଯୁକ୍ତ ଖଲିଦନା ପ୍ରସ୍ତୁତି ଓ ବିକ୍ରୟ କରଣରେ ଆଦିବାସୀ ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି ମା ଯଶୋଦା ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ରାଇମାତ ମାଝୀ ପ୍ରକାଶ କରିଛନ୍ତି ।

ତେବେ ଏହି ଖଲିଦନା ସହିତ ଆଗାମୀ ଦିନରେ ଜିଆଖତ ଚାଷ କରି ସ୍ବାବଲମ୍ବୀ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସମ୍ପାଦକ ସୁକାନ୍ତି ମାଝୀ କହିଛନ୍ତି । ସଂଯୋଜକ ଶ୍ରୀ ବିଶ୍ବାଳ ସମେତ ଅଭିଷେକ ପରୀକ୍ଷା, ମନୋରଞ୍ଜନ ମହାନ୍ତ, ରାଜାକୁମାର ସାହୁ ପ୍ରମୁଖ ମହିଳାଙ୍କୁ ଏଥ‌ିରେ ସହଯୋଗ କରିଥିଲେ । ପ୍ଲାଷ୍ଟିକ ମୁକ୍ତ ଭାରତ ଅଭିଯାନରେ ଏହା ଏକ ଛୋଟ ପ୍ରୟାସ ବୋଲି ଏସିଏଫ ତଥା ମଣଦା ବନାଞ୍ଚଳର ଭାରପ୍ରାପ୍ତ ଅଧିକାରୀ ଧରିତ୍ରୀ ମୁର୍ମୁ ଓ ଏସ୍. ଏମ୍ ଏସ ଲୋକନାଥ ସାହୁ ମତ ରଖିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.