ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ଗତ ୨୪ ଘଣ୍ଟାରେ ୨୨ଗିରଫ, ୧୬ ଲକ୍ଷରୁ ଅଧିକ ଫାଇନ୍

ଭୁବନେଶ୍ବର: ସଟ୍‌ଡାଉନରେ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ଦିନକରେ ଆଦାୟ ହୋଇଛି ୧୬ ଲକ୍ଷ ୩୭ ହଜାର ୯୦୦ ଟଙ୍କା ଫାଇନ୍‌ । ଗତ ୨୪ ଘଣ୍ଟାରେ ଗିରଫ ହୋଇଛନ୍ତି ୨୨ ଜଣ ।

ସେହିପରି ୪ଟି ମାମଲା ରୁଜୁ ହେବା ସହ ୧୧୦ ଟି ଗାଡି ଜବତ ହୋଇଛି । ଏନେଇ ସୂଚନା ଦେଇଛି ଓଡିଶା ପୋଲିସ୍‌ । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରୁ ରଖି ଗତ ୫ ତାରିଖରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି । ଏହା ସହ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିଛି । ତେବେ ସଟ୍‌ଡାଉନରେ କରୋନା କଟକଣା ନମାନି ବାହାରେ ବୁଲୁଛନ୍ତି କିଛି ଅମାନିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.