ଦୁର୍ଗମ ଅଞ୍ଚଳର ଅସୁରକ୍ଷିତ ତଥା ଅସାମାଜିକ ସମ୍ପ୍ରଦାୟର ପିଲା ଏବଂ ପରିବାରକୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ସଞ୍ଜନା

ଦିଲ୍ ବେଚାରା’ ଫେମ୍ ସଞ୍ଜନା ସାଙ୍ଘି କରୋନା ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ହାତ ବଢାଇଛନ୍ତି। ସଞ୍ଜନା କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଭାରତର ଦୁର୍ଗମ ଅଞ୍ଚଳରେ ରହୁଥିବା ଅସୁରକ୍ଷିତ ତଥା ଅସାମାଜିକ ସମ୍ପ୍ରଦାୟର ପିଲା ଏବଂ ପରିବାରକୁ ସାହାଯ୍ୟ କରିବା ପାଇଁ ‘ଏନଜିଓ ସେଭ୍ ଦି ଚିଲଡ୍ରେନ୍ ଫାଉଣ୍ଡେସନ୍’ ସହିତ ହାତ ମିଶାଇଛନ୍ତି ।

ସଞ୍ଜନା ବର୍ତ୍ତମାନ ଏନଜିଓ ସହିତ ମିଶି ଏହି ଅସାମାଜିକ ସମ୍ପ୍ରଦାୟର ପିଲା ଏବଂ ପରିବାରକୁ ସାହାଯ୍ୟ କରିବେ । ଏହି ସୂଚନା ସଞ୍ଜନା ନିଜେ ଦେଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ନୂଆ ମିଶନ ବିଷୟରେ ଫ୍ୟାନ୍ସମାନଙ୍କୁ ଏକ ପୋଷ୍ଟ ସେୟାର କରିଛନ୍ତି ।

ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି- ‘ମୋ ପାଇଁ ଗର୍ବର ବିଷୟ ଯେ ମୁଁ ସେଭ୍ ଦି ଚିଲଡ୍ରେନ୍ ସହିତ ଜଡିତ ଅଛି। ଆମର ଲକ୍ଷ୍ୟ ହେଉଛି ‘ପ୍ରୋଟେକ୍ଟ ଏ ମିଲିୟନ୍’ ଭାରତର ଦୁର୍ଗମ ଅଞ୍ଚଳରେ ଥିବା ୫୭ ଟି ଜିଲ୍ଲାର ବଞ୍ଚିତ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ଏବଂ ପିଲାମାନଙ୍କୁ ସାହାଯ୍ୟ କରିବା ।

ଏହା ପୂର୍ବରୁ ସୋନୁ ସୁଦ, ସଲମାନ ଖାନ, ଟ୍ୱିଙ୍କଲ ଖାନ୍ନା, ଅକ୍ଷୟ କୁମାର, ଅନୁଷ୍କା ଶର୍ମା ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଅନେକ ସେଲିବ୍ରିଟି କରୋନା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.