ଏଣିକି ବିବାହରେ ଯୋଗ ଦେଲେ ସମସ୍ତଙ୍କର ଆଣ୍ଟିଜେନ୍‌ ଟେଷ୍ଟ ବାଧ୍ୟତାମୂଳକ

ଗଞ୍ଜାମ: ବିବାହ ଭୋଜି ପାଇଁ ଗଞ୍ଜାମ ଜିଲ୍ଲାରେ ଲାଗୁ ହେଲା ନୂଆ କଟକଣା । ଏଣିକି ବିବାହରେ ଯୋଗ ଦେଲେ ସମସ୍ତଙ୍କର ଆଣ୍ଟିଜେନ୍‌ ଟେଷ୍ଟ ବାଧ୍ୟତାମୂଳକ । ରିପୋର୍ଟ ନେଗେଟିଭ ଆସିଲେ ହିଁ ଭୋଜିରେ ଯୋଗ ଦେଇପାରିବେ ।

ଏନେଇ ଜିଲ୍ଲାର ସମସ୍ତ ବିଡିଓ ଏବଂ ତହସିଲଦାରଙ୍କୁ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେବେ ନିୟମ ଅବମାନନା କଲେ ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.