Below header

ଲୋୟର ପିଏମଜିରେ ରେ ଖଣ୍ଡଯୁଦ୍ଧ ଘଟଣା: ବନ୍ଧାହେଲେ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୨୨ କର୍ମୀ

ଲୋୟର ପିଏମଜିରେ ରକ୍ତମୁଖା ହୋଇଥିଲେ ବିଜେପି କର୍ମୀ। ଢେଲା ପଥର ମାଡ଼ କରି ୨୧ ପୋଲିସ ଅଧିକାରୀଙ୍କୁ ରକ୍ତାକ୍ତ କରିଥିଲେ। ଗୁରୁତର ଅବସ୍ଥାରେ ୨ ପୋଲିସ ଅଧିକାରୀଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ଲୋୟର ପିଏମଜିରେ ରେ ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧ ଘଟଣାରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସହ ୨୨ ଗିରଫ । ଇରାଶିଷ ପୂର୍ବରୁ ହତ୍ୟା ମାମଲାରେ ଜେଲ ମଧ୍ୟ ଯାଇଛନ୍ତି। ପୋଲିସକୁ ଲହୁଲୁହାଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରହିଛି । ଏସିପିଙ୍କ ନେତୃତ୍ୱରେ ୪ ଥାନାଧିକାରୀଙ୍କୁ ନେଇ ଟିମ୍‌ ଗଠିତ ହୋଇଛି। ଅଭ୍ୟାସଗତ ଅପରାଧିଙ୍କୁ ଧରିବାକୁ ସ୍ପେଶାଲ ସ୍କ୍ଵାଡ୍‌ ମାଷ୍ଟରକ୍ୟାଣ୍ଟିନ, ଲୋୟର ପିଏମଜି ଛକର ସିସିଟିଭି ଯାଞ୍ଚ କରୁଛି । ଆପିସିର ୧୪୭, ୧୪୮, ୧୪୯ , ୩୫୩ , ୩୩୨,୩୨୩, ୩୦୭ ଭଳି ଦଫା ଲାଗିଛି । ପବ୍ଲିକ ପ୍ରପର୍ଟି ଡ୍ୟାମେଜ ଓ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି । କର୍ମୀଙ୍କୁ ପ୍ରବର୍ତ୍ତାଇବା ଅଭିଯୋଗରେ ନେତାମାନେ ମଧ୍ୟ ତଦନ୍ତ ପରିସର ଭୁକ୍ତ ହୋଇପାରନ୍ତି।

ଗତକାଲି ଲୋୟର ପିଏମଜିରେ ରକ୍ତମୁଖା ହୋଇଥିଲେ ବିଜେପି କର୍ମୀ। ଢେଲା ପଥର ମାଡ଼ କରି ୨୧ ପୋଲିସ ଅଧିକାରୀଙ୍କୁ ରକ୍ତାକ୍ତ କରିଥିଲେ। ଗୁରୁତର ଅବସ୍ଥାରେ ୨ ପୋଲିସ ଅଧିକାରୀଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ସେପଟେ କ୍ୟାପିଟାଲ ହସ୍ପିଟାଲ ଯାଇ ଆହତ ପୋଲିସଙ୍କୁ ଭେଟିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ସେହିପରି ଡିଜିପି ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି । ଡିଜିପିଙ୍କ ସହ ସିପି, ଟୁଇନସିଟିର ଦୁଇ ଡିସିପି ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.