ଶିମିଳିପାଳରୁ ପୁଣି ବନ୍ଧୁକ ଜବତ, ୮ ଗିରଫ

ଶିମିଳିପାଳରୁ ପୁଣି ବନ୍ଧୁକ ଜବତ। ଶିମିଳିପାଳ ସଂଲଗ୍ନ ବିଭିନ୍ନ ଥାନା ଅଞ୍ଚଳରୁ ୨୩ ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଶିମିଳିପାଳ ସଂଲଗ୍ନ ୯ ଟି ଥାନାରେ ୧୪ଟି ମାମଲା ରୁଜୁ ହୋଇଛି। ୮ ଜଣଙ୍କୁ ଗିରଫ କରିଛି ପୋଲିସ।

ମୟୁରଭଞ୍ଜ : ଶିମିଳିପାଳରୁ ପୁଣି ବନ୍ଧୁକ ଜବତ। ଶିମିଳିପାଳ ସଂଲଗ୍ନ ବିଭିନ୍ନ ଥାନା ଅଞ୍ଚଳରୁ ୨୩ ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଶିମିଳିପାଳ ସଂଲଗ୍ନ ୯ ଟି ଥାନାରେ ୧୪ଟି ମାମଲା ରୁଜୁ ହୋଇଛି। ୮ ଜଣଙ୍କୁ ଗିରଫ କରିଛି ପୋଲିସ। ପ୍ରଥମ ପର୍ଯ୍ୟାୟ ରେ ଜବତ ହୋଇଥିଲା ୧୬୫ ଟି ବନ୍ଧୁକ।

ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୭୧ଟି ବନ୍ଧୁକ ଜବତ କରିଥିଲା ମୟୁରଭଞ୍ଜ ପୋଲିସ। ଏବେ ତୃତୀୟ ପର୍ଯ୍ୟାୟରେ ୨୩ ଟି ବନ୍ଧୁକ ଜବତ ହୋଇଛି। ମୟୁରଭଞ୍ଜ ପୋଲିସ ପକ୍ଷରୁ ଶିକାରୀମାନଙ୍କୁ ବନ୍ଧୁକ ସମର୍ପଣ କରିବା ପାଇଁ ନିବେଦନ କରାଯାଇଥିଲା। ଏଥିପାଇଁ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲା ପୋଲିସ। ଶିମିଳିପାଳ ସୁରକ୍ଷା ପାଇଁ ଏବେ ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯାଇଛି। ପୋଲିସ ଓ ବନ ବିଭାଗ ମିଳିତ ଭାବେ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.