ଆଜିଠୁ ବଢ଼ିବ ତାପମାତ୍ରା, କିଛି ରାଜ୍ୟରେ କାଳବୈଶାଖୀ ଆଶଙ୍କା

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜିର ବିଭିନ୍ନ ଅଞ୍ଚଳରେ ପାରଦ ୪୦ଡିଗ୍ରି ଛୁଇଁବ। ଏହାସହ ଅଧିକାଂଶ ସ୍ଥାନରେ ପାରଦ ୩୫ଡିଗ୍ରି ଉପରେ ରହିଥିବାବେଳେ ଆସନ୍ତା ସପ୍ତାହକ ମଧ୍ୟରେ ପାରଦ ଦୁଇରୁ ତିନି ଡିଗ୍ରି ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହା ପ୍ରଭାବରେ ପୂର୍ବାହ୍ନରେ ଗରମ ଅନୁଭୂତ ହେବ। ଏନେଇ ସର୍ବୋଚ୍ଚ ତାପମାତ୍ରା ହାରାହାରି ୩୮ଡିଗ୍ରି ଏବଂ ସର୍ବନିମ୍ନ ତାପମାତ୍ରା ୨୩ଡିଗ୍ରି ପାଖାପାଖି ରହିବ। ଏହା ପ୍ରଭାବରେ ପୂର୍ବାହ୍ନରେ ଗରମ ଅନୁଭୂତ ହେବା ସହ କିଛି ରାଜ୍ୟରେ ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.