ପ୍ରେମ ପାଇଁ ସାତଦରିଆ ପାର କଲେ ପ୍ରେମିକା, ଭାରତୀୟ କୃଷକଙ୍କୁ ବିବାହ କଲେ ଆମେରିକୀୟ ମହିଳା

ମଧ୍ୟପ୍ରଦେଶ: ବର୍ତ୍ତମାନ ଯୁଗରେ କେଉଁଠି କାମନାବାସନା ପାଇଁ ବୟେଫ୍ରେଣ୍ଡ ଗାର୍ଲଫ୍ରେଣ୍ଡକୁ ଧୋକ ଦେଉଛି ତ ଆଉ କୋଉଠି ଉଭୟଙ୍କ ଅନ୍ତରଙ୍ଗ ଅଶ୍ଲିଳ ଫଟୋକୁ ଭାଇରାଲ କରିଦେଉଛି । ହେଲେ ଏମିତି ଘଟିଛି ଯାହା ସମସ୍ତଙ୍କୁ କରିଛି ଅନୁପ୍ରାଣିତ। ଯେଉଁଠି ନିଜ ପ୍ରେମିକର ହାତଧରିବା ପାଇଁ ପ୍ରେମିକା ପାର କରିଛନ୍ତି ସାତଦରିଆ? ଶୁଣିଲେ ଆଶ୍ଚର‌୍ୟ୍ୟ ଲାଗୁଛି ହେଲେ କଥାଟି ସତ।

desi-bridegroom ୩

ମଧ୍ୟପ୍ରଦେଶର ହୋସଙ୍ଗାବାଦର ଯୁବ କୃଷକ ଦୀପକ ରାଜପୁତ ବିଗତ ୩ବର୍ଷ ତଳେ ଫେସବୁକରେ ଆମେରିକୀୟ ଜେଲି ଲିଜଥଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଜେଲି ଆମେରିକାର ମାନବ ସଂସଧନ ବିଭାଗର ଅଧିକାରୀ। ସେ ସାଉଥ ଆମେରିକାର ବେଲିବିୟା ଦେଶର ଆମ୍ବଲି ଟାଁସ ସହରରେ ରୁହନ୍ତି । ସମୟକ୍ରମେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢ଼ିବାକୁ ଲାଗିଲା ଆଉ ଦେଖୁଦେଖୁ ପୁରିଗଲା ୬ ମାସ। ଦୀପକଙ୍କୁ ଦେଖିବା ପାଇଁ ତାଙ୍କ ପରିବାର ଲୋକଙ୍କ ସହ ମିଶିବା ପାଇଁ ବ୍ୟାକୁଳ ହୋଇଉଠିଥିଲେ ଜେଲି ।ଏଣୁ ନିଜକୁ ଆଉ ସମ୍ଭାଳି ନପାରି ଗତ ତିନି ମାସ ପୁର୍ବେ ସେ ଭାରତ ଭ୍ରମଣରେ ଆସି ଦୀପକଙ୍କ ସହ ମିଳାମିଶ କରିଥିଲେ।

desi-bridegroom

ଜେଲି ଲିଜଥଙ୍କ ସହ ଦେଖାହେବା ପରେ ଦୀପକ ତାଙ୍କ ପ୍ରେମରେ ବିଲକୁଲ ପାଗଳ ହୋଇଯାଇଥିଲେ ଏବଂ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ପ୍ରସ୍ଥାବକୁ ହଁ କହିଥିଲେ ଜେଲି। ଦୀପକଙ୍କ ପରିବାର ଲୋକ ମଧ୍ୟ ବାହାଘର ପାଇଁ ସମ୍ମତି ଜଣେଇଥିଲେ । ଏହା ପରେ ଭାରତୀୟ କାନୁନ ଅନୁସାରେ କୋର୍ଟରେ ଓ ହୋଲିଦିନ ବୈଦିକ ରିତିରେ ଉଭୟ ବିବାହ କରିଛନ୍ତି ।ଏହି ବାହାଘରଟି ନର୍ମଦା ନଦୀ କୂଳରେ ଥିବା ଚିତ୍ରଗୁପ୍ତ ମନ୍ଦିରରେ ହୋଇଥିଲା। ଏହି ଘଟଣା ଏବେ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.