ଲଗାତାର ଶିଶୁ କାନ୍ଦୁଥିବାରୁ ମୁହଁରେ ଫେବିକ୍ବିକ୍ ଲଗାଇଲେ ମା’

ବିହାର : ନିକଟରେ ବିହାରର ଛପରା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମା ନିଜ କାନ୍ଦୁଥିବା ଶିଶୁକୁ ଚୁପ କରିବା ପାଇଁ ଏପରି ପଦକ୍ଷେପ ଉଠଇଛନ୍ତି ଯାହାପରେ ଶିଶୁଟି ଏବେ ଡାକ୍ତରଖାନାରେ। ଆଜ୍ଞା ହଁ, ଶିଶୁଟିର ଲଗାତାର କାନ୍ଦରୁ ଚିଡିଯାଇ ତାଙ୍କ ମା ଓଠରେ ଫେବିକ୍ବିକ୍ ଲଗାଇଦେଇଛନ୍ତି।

ଘଟଣା ସମ୍ବନ୍ଧରେ ଶିଶୁର ପିତା କହିଛନ୍ତି, ମୁଁ କିଛି କାମରେ ବାହାରକୁ ଯାଇଥିଲି। ଫେରିଲା ବେଳକୁ ଶିଶୁଟି ଏକଦମ୍ ଶାନ୍ତ ଥିଲା। ଏବଂ ତା ମୁହଁରୁ ଫେଣ ବାହାରୁଥିଲା। ଏହା ବିଷୟରେ ମୁଁ ଯେତେବେଳେ ମୋ ସ୍ତ୍ରୀ କୁ ପଚାରିଲି ସେ କହିଲେ, ସେ ସବୁବେଳେ କାନ୍ଦୁଥିଲା ଏଣୁ ମୁଁ ଓଠରେ ଅଠା ଲଗାଇଦେଲି। ଏହାପରେ ତୁରନ୍ତ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ସୁରକ୍ଷିତ ଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.