କଟକ ସହରରୁ ଆଜି ମୋଟ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,୧୪୯ ଲୋକାଲକଣ୍ଟାକ୍ଟ କେସ

କେନ୍ୟୁଜ୍(ବ୍ୟୁରୋ):  କଟକ ସହରରୁ ଆଜି ମୋଟ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୯୯ ଜଣ ଥିବା ବେଳେ ୧୪୯ ଜଣ  ଲୋକାଲ କଣ୍ଟାକ୍ଟ କେସ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି ।  ଏହି ଆକ୍ରାନ୍ତଙ୍କ ବିଷୟରେ ଟ୍ବିଟ ଯୋଗେ ସିଏମସି ସୂଚନା ଦେଇଛି ।

ସିଏମସିର ସୂଚନା ମୁତାବକ  କ୍ବାରେଣ୍ଟାଇନରୁ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଜଣେ କରୋନା  ଯୋଦ୍ଧା, ୨୧ ଜଣ ପୁରୁଷ ଓ ୧୦ ଜଣ ମହିଳା ଅଛନ୍ତି । ସେହିଭଳି  ହୋମ କ୍ବାରେଣ୍ଟାଇନରୁ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ସ୍ଥାନୀୟ ସଂକ୍ରମଣ ଯୋଗୁଁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବିଡାନାସୀରୁ ୧୦ ଜଣ ଅଛନ୍ତି । ସେହିଭଳି ମହାନଦୀ ବିହାର, ଚାଉଳିଆଗଂଜରୁ ୯ ଜଣ ଲେଖାଏଁ, ନୟାବଜାରରୁ ୮ ଜଣ, ମଙ୍ଗଳାବାଗରୁ ୭ ଜଣ, ସିଡିଏ ସେକ୍ଟର-୧୧ରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.