୨୦୨୩ରେ ମାଡ଼ ଖାଇବ ସରକାରୀ ଚାକିରିଆଙ୍କ ୭ଟି ଛୁଟି, ନଜର ପକାନ୍ତୁ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଉପରେ

ଭୁବନେଶ୍ବର(କେନ୍ୟୁଜ୍): ଦେଖୁ ଦେଖୁ ହେଇଗଲା ନଭେମ୍ବର। ଆର ମାସକୁ ସରିବ ବର୍ଷ। ତାପରେ ଆସିବ ନୂଆ ବର୍ଷ। ତେବେ ଏହି ପରିପେକ୍ଷୀରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତକାଲି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।  ଯେଉଁଥିରେ ନୂଆ ବର୍ଷ ୨୦୨୩ରେ ଥିବା ଛୁଟି ବିଷୟରେ ତଥ୍ଯ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀମାନେପାଇବେ ୨୮ଟି ସରକାରୀ ଛୁଟି । ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ପ୍ରତିଷ୍ଠାନଗୁଡ଼ିକ ୧୯ଦିନ ଛୁଟି ରହିବ। ହେଲେ ସରକାରୀ କର୍ମଚାରୀଙ୍କ ୭ଟି ଛୁଟି ମାଡ଼ ଖାଇଯିବ। ୭ଟି ପ୍ରମୁଖ ପର୍ବପର୍ବାଣୀ ଏଥର ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ଭଳି ଛୁଟି ଦିନରେ ପଡୁଥିବାରୁ ସରକାରୀ କର୍ମଚାରୀ ଅଧିକ ୭ଟି ଛୁଟି ପାଇବାରୁ ବଞ୍ଚିତ ହେବେ।

କାରଣ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ତୁଳନାରେ ବ୍ୟାଙ୍କ କର୍ମଚାରୀ ୯ଟି କମ୍‌ ଛୁଟି ପାଇବେ। ସୁବାଷ ବୋଷ ଜୟନ୍ତୀ, ଦୋଳ ପୂର୍ଣ୍ଣିମା, ବୁଦ୍ଧ ପୂର୍ଣ୍ଣିମା, ସାବିତ୍ରୀ ଅମାବାସ୍ୟା, ପହିଲି ରଜ, ମହରମ୍‌,ଝୁଲଣ ପୂର୍ଣ୍ଣିମା, ମହମ୍ମଦ ଜୟନ୍ତୀ, ମହାସପ୍ତମୀରେ ରାଜ୍ୟ ସରକାର ଛୁଟି ଘୋଷଣା କରିଥିବାବେଳେ ବ୍ୟାଙ୍କଗୁଡ଼ିକ ଖୋଲା ରହିବ ବୋଲି କୁହାଯାଇଛି।

ପ୍ରକାଶ ପାଇଥିବା ରାଜସ୍ବ ବିଭାଗର ବିଜ୍ଞପ୍ତି ଅନୁଯାୟୀ,  ୨୦୨୩ରେ ଦ୍ବିତୀୟ ଶନିବାରରେ ମକର ସଂକ୍ରାନ୍ତି, ମହାଳୟା ପଡ଼ୁଥିବାବେଳେ ଚତୁର୍ଥ ଶନିବାରରେ ଇଦ୍‌-ଉଲ୍‌-ଫିତର୍‌, କୁମାର ପୂର୍ଣ୍ଣିମା, ରବିବାରରେ ପଞ୍ଚାୟତିରାଜ ଦିବସ, ମହାଅଷ୍ଟମୀ, କାଳୀପୂଜା ପଡ଼ୁଛି। ସେହିପରି ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀମାନେ ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ବ୍ରାହ୍ମ ସମାଜର ପ୍ରତିଷ୍ଠା ଦିବସ, ଇଷ୍ଟର ଶନିବାର, ରାଜା ରାମମୋହନ ରାୟ ଜୟନ୍ତୀ, ବାହୁଡ଼ା ଯାତ୍ରା, ଅଁଳା ନବମୀ, ପ୍ରଥମାଷ୍ଟମୀ ମଧ୍ୟରୁ ଯେ କୌଣସି ଦିନ ବିକଳ୍ପ ଛୁଟି ଭାବେ ନେଇପାରିବେ। ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇ ସିଏଲ୍‌ ନେଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.