Below header

ମୋହନା: ଲକଡାଉନ ବେଳେ ଚାନ୍ଦିପୁଟ ମୁଖ୍ୟ ବଜାରରୁ ଚୋରି ଘଟଣାରେ ୩ ଗିରଫ

ମୋହନା(କେନ୍ୟୁଜ): ଗତ ଗୁରୁବାର ମଧ୍ୟରାତ୍ରୀ ରେ ଗଜପତି ଜ଼ିଲ୍ଲା ମୋହନା ଥାନା ଚାନ୍ଦିପୁଟ ଗ୍ରାମର ଏକ ଦୋକାନ ଏବଂ ସ୍କୁଲ ରୁ ଚୋରି ଘଟଣାରେ ପୋଲିସ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ଗିରଫ ମାନେ ହେଲେ ଚାନ୍ଦିପୁଟ ର ଅନିଲ ମହାପାତ୍ର,ସୁଦର୍ଶନ ମହାଙ୍କୁଡ ଏବଂ ଗୋଳନ୍ଥରା ଥାନା ସୁନପୁର ଗ୍ରାମର ରାଜା ବେହେରା l ଅଭିଯୁକ୍ତ ମାନଙ୍କ ଠାରୁ ଚୋରି ହୋଇଥିବା ସାମଗ୍ରୀ ସହ ଚୋରି ବେଳେ ବ୍ୟବହୃତ ଏକ ଶାବଳ ମଧ୍ୟ ଜବତ କରାଯାଇଛି l

chandiputa1ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି l ସୂଚନା ଯୋଗ୍ୟ ଯେ ଗତ ଗୁରୁବାର ମଧ୍ୟ ରାତିରେ ଲକଡାଉନ ର ସୁଯୋଗ ନେଇ କିଛି ଦୁର୍ବୁତ୍ତ ମୁଖ୍ୟ ବଜ଼ାର ସମେତ ଏକ ବିଦ୍ୟାଳୟ ରୁ ତାଲାଭାଙ୍ଗି ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରୀ କରି ନେଇଥିଲେ, ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା l ତେବେ ଅଭିଯୁକ୍ତ ମାନେ କେବଳ ଏହି ଚୋରିରେ ସମ୍ପୃକ୍ତ ନା ପୂର୍ବରୁ ହୋଇଥିବା ଚୋରି ଗୁଡିକରେ ମଧ୍ୟ ସେମାନଙ୍କ ହାତ ଅଛି ବର୍ତ୍ତମାନ ପୋଲିସ ତଦନ୍ତ ପରିସରଭୁକ୍ତ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.