Below header

ଗୁଣି ଗାରଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣା, ୩ ଅଭିଯୁକ୍ତ ଗିରଫ

କଳାହାଣ୍ଡି: ଗୁଣି ଗାରଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣା, ୩ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ, କଳାହାଣ୍ଡି ଲାଞ୍ଜିଗଡ ଥାନା ସିମେଲିଭଟା ଗ୍ରାମରେ ଗତ ୧୮ ତାରିଖ ରାତିରେ ବାହାରେ ଶୋଇଥିବା ବେଳେ ନୀଳମଣି ଦଣ୍ଡସେନାଙ୍କୁ ତଣ୍ଟି କାଟି ହତ୍ୟା ଘଟଣାର ପର୍ଦାଫାଶ । ଘଟଣା ଘଟିବା ପାଞ୍ଚ ଦିନ ପରେ ଲାଞ୍ଜିଗଡ ପୋଲିସ ହାତରେ ଧରାପଡିଛନ୍ତି ୩ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ସେହି ଗ୍ରାମର ବିଶ୍ୱ ଲୋହରା । ଅନ୍ୟ ଦୁଇ ସହଯୋଗୀ ରାୟଗଡ଼ା ଜିଲା କଲ୍ୟାଣସୀପୁର ରାଉତ ପରିଆଗୁଡା ଗ୍ରାମର କାଡ୍ର।କା ଆପାରାଓ ଓ ଚିନ୍ତାମାଣି କୂଳସିକା ।

ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତ ବିଶ୍ୱ ଲୋହର। ଦୀର୍ଘ ଦେଢ଼ ବର୍ଷ ହେଲା ଲାଞ୍ଜିଗଡ ବେଦାନ୍ତ ହସ୍ପିଟାଲରେ ରୋଗାଗ୍ରସ୍ତ ହୋଇ ଚିକିତ୍ସାଧୀନ ଥିଲେ । ମୃତକ ନୀଳମଣୀ ଦଣ୍ଡସେନା କାଳେ ତାଙ୍କୁ ଗୁଣିଗାରଡି କରିଥିବାରୁ ତାଙ୍କ ଦେହ ସବୁବେଳେ ଆସୁସ୍ଥ ରହୁଥିବା ହତ୍ୟାକାରୀ ବିଶ୍ୱ ସନ୍ଦେହ କରି ଚିନ୍ତାମଣିଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.