ସ୍ବାବଲମ୍ବୀ ବୀଣାପାଣି, ଆଜିକୁ ୧୦ ବର୍ଷ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କରି କରିଚାଲିଛନ୍ତି ରୋଜଗାର

ସାଲେପୁର: ମହିଳାଙ୍କୁ ଆଉ ଅବଳା କି ଦୁର୍ବଳା ଭାବିବା ଉଚିତ ନୁହେଁ।  ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଆଜି ସେମାନେ ପ୍ରତି କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ଅନ୍ଯ ମହିଳା ମାନଙ୍କୁ ସ୍ବାବଲମ୍ବୀ କରାଇ ପାରୁଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍‌ ପୁର୍ବକଛ ଗାଁରେ ।

ଏହି ଗ୍ରାମର ବାସିନ୍ଦା ହେଉଛନ୍ତି ବୀଣାପାଣି ପଣ୍ଡା । ଶିକ୍ଷାଗତ ଯୋଗ୍ଯତା କହିଲେ ବିଏ ପାସ୍। ହେଲେ ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନଥିଲା । ସ୍ବାମୀ ଯାହା ରୋଜଗାର କରନ୍ତି ପରିବାର ଚଳାଇବାକୁ ବହୁ କଷ୍ଟ ହୁଏ। ଏହାଦେଖି ବୀଣାପାଣି ଗ୍ରାମର କିଛି ମହିଳାଙ୍କୁ ଏକାଠି କରି ସ୍ଥାନୀୟ ଜନସେବା କେନ୍ଦ୍ରରେ ଟ୍ରେନିଂ ନେବା ଆରମ୍ଭ କଲେ। ଏହାପରେ ବୁଢା ନୃସିଂହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ୨୦୦୮ ମସିହାରେ ୧୧ ଜଣ ମହିଳାଙ୍କୁ ନେଇ ତିଆରି ଆରମ୍ଭ କରିଥିଲେ ଧୂପ କାଠି, ନୀଳ ଏବଂ ଫିନାଇଲ ଆଦି ସାମଗ୍ରୀ।

groupଏହାରି ଭିତରେ ଚାହୁଁ ଚାହୁଁ ୧୦ ବର୍ଷରେ ପହଞ୍ଚି ସାରିଛି ସେ ଗଡିଥିବା ଗ୍ରୁପ । ଏହି ଗ୍ରୁପ ଦ୍ୱାରା ତିଆରି ସାମଗ୍ରୀ ବିଭିନ୍ନ ମେଳା ପ୍ରଦର୍ଶନୀ ଓ  ଯାତ୍ରା ମାନଙ୍କରେ ଷ୍ଟଲ ପଡ଼ିଥାଏ । ବିଭିନ୍ନ ବ୍ଯବସାୟୀ ଓ ଘରୋଇ ଲୋକମାନେ ଆସି ଏସବୁ ସାମଗ୍ରୀ ନେଇଥାନ୍ତି । ଏହାରି ଭିତରେ ଓଡିଶା ସରକାର ଓ ବିଭିନ୍ନ ସଂସ୍ଥା ତରଫରୁ ସମ୍ମାନିତ ହୋଇଛି ଏହି ଗ୍ରୁପ। ମହିଳା ମାନଙ୍କ ଠାରୁ ଆରମ୍ଭ କରି ପାଠ ପଢୁଥିବା ଝିଅ ମାନେ ଏହି ଗ୍ରୁପ ରେ କାମ କରି ବେସ୍‌ ଖୁସି ପ୍ରକଟ କରନ୍ତି ।

ଅନ୍ଯପଟେ ଦୀର୍ଘ ଦୁଇ ବର୍ଷ ଧରି କରୋନା ଭୂତାଣୁ ଯୋଗୁ ସାମଗ୍ରୀ ବିକ୍ରି ମାନ୍ଦା ଅବସ୍ଥାରେ ପହଞ୍ଚିବା ସହିତ ବିଭିନ୍ନ ସାମଗ୍ରୀର ମୂଲ୍ଯ ବୃଦ୍ଧି ଯୋଗୁ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ଯଦି ସରକାରଙ୍କ ତରଫରୁ ଅତ୍ୟାଧୁନିକ ମେସିନ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଇପାରନ୍ତା ତେବେ ଏହି ଗ୍ରୁପଟି ଆହୁରି ଆଗକୁ ଯାଇପାରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.