ମିଲଖା ସିଂହଙ୍କ ସ୍ବାସ୍ଥ୍ଯବସ୍ଥାରେ ଅବନତି, ହସପିଟାଲରେ ହେଲେ ଭର୍ତ୍ତି

କରୋନା ପଜିଟିଭ୍ ହେବା ପରେ ୯୧ ବର୍ଷୀୟ ମିଲଖା ସିଂହ ଚଣ୍ଡିଗଡ଼ସ୍ଥିତ ତାଙ୍କ ବାସଭବନରେ ସେ ହୋମ୍ଆଇସୋଲେସନରେ ରହିଥିଲେ। ଏବେ ତାଙ୍କ ସ୍ବାସ୍ଥ୍ଯବସ୍ଥା ଗୁରୁତର ହୋବରୁ ତାଙ୍କୁ ହସପିଟାଲରେ ଆଡମିଟ୍ କରାଯାଇଛି। ଗତ ୨୦ ତାରିଖରେ ସେ କରୋନା ପଜିଟିଭ୍ ହେବା ପରେ ହୋମ୍ ଆଇସୋଲେସନରେ ଥିଲେ।

ମିଲଖା ଆଜି ହସ୍ପଟାଲରେ ଭର୍ତ୍ତି ହେବା ନେଇ ତାଙ୍କ ପୁଅ ଜୀବ ମିଲଖା ସିଂହ ସୂଚନା ଦେଇଛନ୍ତି। ସୋମବାର ଦିନ ସ୍ବାସ୍ଥ୍ଯ ଅବସ୍ଥାରେ ଅବନତି ଯୋଗୁଁ ତାଙ୍କୁ ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ଠାରୁ ମିଲଖା କିଛି ଖାଉନଥିବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ତାଙ୍କ ପୁଅ ସୂଚନା ଦେଇଛନ୍ତି।

ମିଲଖା ସିଂହ ଜଣେ ଟ୍ରାକ୍ ଆଣ୍ଡ ଫିଲଡ୍ ସ୍ପ୍ରିଣ୍ଟର । ନିଜର କ୍ୟାରିୟରରେ ସେ ଅନେକ ରେକର୍ଡ କରିଛନ୍ତି ଏବଂ ଅନେକ ପଦକ ଜିତିଛନ୍ତି । ମେଲବର୍ନରେ ୧୯୫୬ ଅଲମ୍ପିକରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.