ଶ୍ରୀହରି ବିଷ୍ଣୁଙ୍କ ଉଗ୍ର ଏବଂ ଶକ୍ତିଶାଳୀ ଅବତାର ଭଗବାନ ନୃସିଂହ, ଜାଣନ୍ତୁ ପୂଜା କରିବାର ବିଧି ଓ ଶୁଭ ମୁହୂର୍ତ୍ତ

ଆଜି ନୃସିଂହ ଜୟନ୍ତୀ ପାଳନ କରାଯାଉଛି। ଏହି ଜୟନ୍ତୀ ବୈଶାଖ ମାସର ଶୁକ୍ଲପକ୍ଷର ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ। ଭାଗବାନ ନୃସିଂହ ବିଷ୍ଣୁଙ୍କ ପଞ୍ଚମ ଅବତାର। ଦେଶର ପ୍ରତି କୋଣରେ ଭଗବାନ ନୃସିଂହଙ୍କ ପୂଜା ହୋଇଥାଏ କିନ୍ତୁ ଦକ୍ଷିଣ ଭାରତରେ ନୃସିଂହଙ୍କୁ ବୈଷ୍ଣବ ସଂପ୍ରଦାୟର ଲୋକ ସଙ୍କଟ ସମୟରେ ରକ୍ଷା କରୁଥିବା ଦେବତା ରୂପେ ପୂଜା କରନ୍ତି। ତେବେ ଆସନ୍ତୁ ଜାଣିବା ପୂଜା କରିବାର ଶୁଭ ମୁହୂର୍ତ୍ତ:

ପୂଜା କରିବାର ଶୁଭ ମୁହୂର୍ତ୍ତ:

ଭଗବାନ ନୃସିଂହଙ୍କ ପୂଜା ସମୟ ଅପରାହ୍ନ ୪ ଟାରୁ ୨୬ରୁ ଆରମ୍ଭ କରି ସନ୍ଧ୍ଯା ୭ଟା ୧୧ ମିନିଟ ପର୍ଯ୍ଯନ୍ତ ରହିଛି। ପୂଜା କରିବାର ସମୟ ୨ ଘଣ୍ଟା ୪୫ ମିନିଟ ରହିଛି। ପୂଜା କରିବା ପାଇଁ ଦ୍ବିପ୍ରହର ସମୟରେ କଳାଜିରା, ଗୋମୂତ୍ର, ମାଟି ଏବଂ ଅଳାଁ ଶରୀରରେ ଭଲ ଭାବେ ଘଷି ଶୁଦ୍ଧ ଜଳରେ ସ୍ନାନ କରନ୍ତୁ। ପୂଜା ସ୍ଥାନକୁ ସଫା କରି ଭଗବାନ ନୃସିଂହଙ୍କ ଫଟୋ ଲଗାନ୍ତୁ। ଭଗବାନ ନୃସିଂହଙ୍କ ଚିତ୍ର ସାମ୍ନାରେ ଦୀପ ଲଗାଇ ପ୍ରସାଦ ଏବଂ ଫୁଲ ଅର୍ପଣ କରନ୍ତୁ।

ଏହା ପରେ ମନୋକାମନାକୁ ଧ୍ୟାନ କରି ମନ୍ତ୍ର ଜାପ କରନ୍ତୁ। ଭଗବାନ ନୃସିଂହଙ୍କ ମନ୍ତ୍ର ଜପ ମଧ୍ୟ ରାତ୍ରିରୁ କରିବା ମଧ୍ୟ ଶୁଭ କୁହାଯାଏ। ଏହି ଦିନ ବ୍ରତ କରିଥିବା ବ୍ଯକ୍ତି ଫଳ ଆହାର କରନ୍ତୁ। ତା’ ପର ଦିନ କୌଣସି ଗରିବ ବ୍ଯକ୍ତିଙ୍କୁ ଅନ୍ନ ବସ୍ତ୍ର ଦାନ କରି ବ୍ରତ ସମାପନ କରନ୍ତୁ।

ଧାର୍ମିକ କଥା ଅନୁସାରେ, ଏହି ଦିନ ଭଗବାନ ବିଷ୍ଷୁ ରାଜା ହିରଣ୍ଯକଶ୍ଯପ ଠାରୁ ଭକ୍ତ ପ୍ରହଲାଦକୁ ରକ୍ଷା କରିବା ପାଇଁ ଅଧା ନର ଏବଂ ଅଧା ସିଂହ ରୂପେ ନୃସିଂହ ଅବତାର ନେଇଥିଲେ। ଭଗବାନ ନୃସିଂହଙ୍କୁ ଶ୍ରୀହରି ବିଷ୍ଣୁଙ୍କ ଉଗ୍ର ଏବଂ ଶକ୍ତିଶାଳୀ ଅବତାର କୁହାଯାଏ। ମାନ୍ଯତା ଅନୁଯାୟୀ, ନୃସିଂହଙ୍କ ପୂଜା କରିବା ଦ୍ବାରା ସବୁ ସଙ୍କଟ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.