Below header

ଟଳିଲା ତିନି ଦିନିଆ ବ୍ୟାଙ୍କ ଧର୍ମଘଟ, ଆନ୍ଦୋଳନରୁ ଓହରିଲା ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍‌

ଟଳିଲା ତିନି ଦିନିଆ ବ୍ୟାଙ୍କ ଧର୍ମଘଟ । ଆଲୋଚନା ପରେ ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍‌ ଆନ୍ଦୋଳନରୁ ଓହରିଛି। ଏହି ଆନ୍ଦୋଳନ ଆସନ୍ତା ୧୧, ୧୨ ଓ ୧୩ ତାରିଖରେ ହେବାର ଥିଲା। ମାର୍ଚ୍ଚ ୧୦ ତାରିଖରେ ହୋଲି ଛୁଟି ଥିବାରୁ ଲଗାତାର ୫ ଦିନ ପାଇଁ ବ୍ୟାଙ୍କ ବନ୍ଦ ହୋଇଥାନ୍ତା। ବ୍ୟାଙ୍କ ଧର୍ମଘଟକୁ ନେଇ ଗ୍ରାହକ ଚିନ୍ତାରେ ଥିଲେ। ଧର୍ମଘଟ ହୋଇଥିଲେ କାରବାର ବଡ଼ ଧରଣର ପ୍ରଭାବିତ ହୋଇଥାନ୍ତା। ଦରମା ରିଭିଜନ୍‌କୁ ନେଇ ଧର୍ମଘଟ ଡାକରା ଦେଇଥିଲା ସଂଘ। ମାର୍ଚ୍ଚରେ ତିନି ଦିନର ଧର୍ମଘଟ ପରେ ଏପ୍ରିଲ ୧ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇବାକୁ ମଧ୍ୟ ସଂଘ ଧମକ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.