ଆଜି ରାତିରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଗୋର ଭୁବନେଶ୍ବର-ବାରଣାସୀ ସିଧାସଳଖ ବିମାନ ସେବା

କମ୍ ମୂଲ୍ୟର ଏୟାରଲାଇନ୍ ଇଣ୍ଡିଗୋ ଆଜି ରାତିରୁ ଭୁବନେଶ୍ବର ଏବଂ ବାରଣାସୀ ମଧ୍ୟରେ ସିଧାସଳଖ ଭାବେ ଉଡାଣ ସେବା ଆରମ୍ଭ କରୁଛି । ତେବେ ଅନେକ ଦିନ ଧରି ଏହି ପ୍ରତ୍ୟକ୍ଷ ସେବା ପାଇଁ ଆବେଦନ କରାଯାଇଥିଲା କାରଣ ଏହା ଦୁଇଟି ମହତ୍ତ୍ଵପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳକୁ ଯୋଡିବାରେ ସାହାଯ୍ଯ କରିବ । 72 ସିଟର ଇଣ୍ଡିଗୋ 6E-7972ର ଦୈନିକ ଉଡାଣ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ଏୟାରପୋର୍ଟରୁ 9.45 ସମୟରେ ଉଡାଣ ଭରିବ ବୋଲି ନିର୍ଦ୍ଧାରିତ କରାଯାଇଛି ଏବଂ ଏହା ପାଖାପାଖି 11.40 ସମୟରେ ବାରଣାସୀରେ ପହଁଞ୍ଚିବ ।

ଭୁବନେଶ୍ବର ଏବଂ ବାରଣାସୀ ଏହି ଦୁଇଟି ସ୍ଥାନରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ଥିବାରୁ ଏଠାରେ ବିମାନ ଯୋଗାଯୋଗ ଦ୍ଵାରା ରାଜସ୍ୱ ମଧ୍ଯ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.