SCBରେ ବିରଳ ଅସ୍ତ୍ରୋପଚାର, ୧୫ ମାସର ଶିଶୁ କନ୍ୟା ହାତରେ ପ୍ରତ୍ୟାରୋପଣ ହେଲା ନୂଆ ଆଙ୍ଗୁଠି

କଟକ (କେନ୍ୟୁଜ୍) : ଏସସିବି ମେଡିକାଲର ଡାକ୍ତର କରି ଦେଖାଇଛନ୍ତି ଅସମ୍ଭବକୁ ସମ୍ଭବ ଆଉ ରାଜ୍ୟ ଚିକିତ୍ସା ଇତିହାସରେ ଏହାକୁ ପ୍ରଥମ ବୋଲି କୁହାଯାଉଛି। ପ୍ଲାଷ୍ଟିକ ସର୍ଜରୀ ବିଭାଗରେ କରିଛନ୍ତି ବିରଳ ଅସ୍ତ୍ରୋପଚାର। ଯାହାକୁ ଜାଣିଲା ପରେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ। ପନ୍ଦର ମାସର ଶିଶୁ କନ୍ୟାର ହାତରେ ଡାକ୍ତରମାନେ ଯୋଡ଼ିଛନ୍ତି ଆଙ୍ଗୁଠି।

ଦେବଗଡ ଜିଲ୍ଲା ଛତାବର ଅଞ୍ଚଳର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ୧୫ ମାସର କୁନି ଝିଅର ଡାହାଣ ହାତରେ ୪ଟି ଆଙ୍ଗୁଠି ଥିଲା ଏବଂ ହାତର ବୃଦ୍ଧାଆଙ୍ଗୁଳିଟି ନଥିଲା। ଏଣୁ ପିଲାଟିକୁ କିଛି ଜିନିଷ ଉଠାଇବାରେ ବହୁତ କଷ୍ଟ ହେଉଥିଲା। ପିଲାଟିର ଏମିତି ଅବସ୍ଥା ଦେଖି ବାପା ସୁରେନ୍ଦ୍ର ସହିପାରିଲେନି ଆଉ ଝିଅକୁ ଚିକିତ୍ସା ପାଇଁ ନେଇ ଆସିଲେ କଟକସ୍ଥିତ ଏସସିବି ମେଡିକାଲ।

SURGERYପ୍ଲାଷ୍ଟିକ ସର୍ଜରୀ ବିଭାଗରେ ପହଂଚିବା ପରେ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ନାୟକ ପିଲାଟିର ହାତକୁ ଯାଞ୍ଚ କରିଥିଲେ।ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସେ ପିଲାଟିର ଗୋଟିଏ ଆଙ୍ଗୁଠିକୁ ଆଣି ବୃଦ୍ଧାଆଙ୍ଗୁଳିରେ ସ୍ଥାନାନ୍ତର କରିବେ ବୋଲି ସ୍ଥିର କଲେ। ଏହି ସର୍ଜରୀ ବହୁତ କଠିନ ହୋଇଥିଲେ ମଧ୍ୟ ପ୍ରଫେସର ନାୟକ ଏବଂ ତାଙ୍କ ଟିମ ଏହାକୁ ଚ୍ୟାଲେଞ୍ଜ ଭାବରେ ନେଇଥିଲେ ଏବଂ ଶେଷରେ ଦୀର୍ଘ ତିନି ଘଣ୍ଟାର ଅସ୍ତ୍ରୋପଚାର ପରେ ସେମାନେ ଏହି ବିରଳ ଅପରେସନକୁ କରିବାରେ ସଫଳ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.