କୋରାପୁଟରେ ଅଭାବନୀୟ ଘଟଣା, ଗୋଟିଏ ପରିବାରରୁ ୩ ମୃତ ଦେହ ଜବତ

କୋରାପୁଟ ଜିଲ୍ଲା ତୋୟାପୁଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୋଟାଏ ପରିବାର ୩ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାମୀ,ସ୍ତ୍ରୀ ଓ ଛୋଟ ଛୁଆର ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

କୋରାପୁଟ(କେନ୍ୟୁଜ୍‌) : କୋରାପୁଟ ଜିଲ୍ଲା ତୋୟାପୁଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୋଟାଏ ପରିବାର ୩ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାମୀ,ସ୍ତ୍ରୀ ଓ ଛୋଟ ଛୁଆର ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ତୋୟାପୁଟର ଲିଙ୍ଗା ବିଷୋଇ , ତାଙ୍କ ସ୍ତ୍ରୀ ଓ ଛୁଆର ମୃତ ଦେହ ଘର ମଧ୍ୟରୁ ଠାବ ହୋଇଛି । ସ୍ତ୍ରୀ ମୃତଦେହ ସୋଫାରେ ପଡିଥିବା ବେଳେ ଓ ଛୁଆର ମୃତଦେହ ତଳେ ପଡିଛି ଓ ସ୍ୱାମୀ ଲିଙ୍ଗା ବେକରେ ରସି ଲଗାଇ ଘର ମଧ୍ୟରେ ଛାତରେ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି ।ଘଟଣାକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଘଟଣା ସ୍ଥଳରେ ଲକ୍ଷ୍ମୀପୁରପୋକିସ ପହଂଚି ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନା ଅନୁଯାୟୀ, ସ୍ୱାମୀ ଲିଙ୍ଗା ପ୍ରଥମେ ସ୍ତ୍ରୀକୁ ଓ ପରେ ଛୁଆକୁ ହତ୍ୟା କରିବା ପରେ ନିଜେ ଆତ୍ମ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ହିଁ ଉକ୍ତ ଅଘଟଣ ବିଷୟ ସ୍ପଷ୍ଟ ହେବ ବୋଲି ଲକ୍ଷ୍ମୀପୁର ଥାନା ଅଧିକାରୀ ଶ୍ୱେତ ପଦ୍ମା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.