ମହିଳା-୨୦ ବିଶ୍ୱକପ୍ରେ ଭାରତକୁ ୧୫୦ ରନ୍ର ଟାର୍ଗେଟ୍ ଦେଲା ପାକିସ୍ତାନ
ଆଜିର ମ୍ୟାଚ୍ରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଛି । ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୧୪୯ ରନ୍ କରିବା ସହ ଭାରତକୁ ୧୫୦ ରନ୍ର ଟାର୍ଗେଟ୍ ଦେଇଛି ।
କେପ୍ ଟାଉନ୍ : ଦକ୍ଷିଣ ଆଫ୍ରିକାର କେପଟାଉନ୍ରେ ଚାଲିଛି ଭାରତ ଓ ପାକିସ୍ତାନ ମହିଳାଙ୍କ ମଧ୍ୟରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ । ଆଜିର ମ୍ୟାଚ୍ରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଛି । ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୧୪୯ ରନ୍ କରିବା ସହ ଭାରତକୁ ୧୫୦ ରନ୍ର ଟାର୍ଗେଟ୍ ଦେଇଛି । ପାକିସ୍ତାନ ତରଫରୁ ଅଧିନାୟିକା ବିସମା ମାରୁଫ ଅପରାଜିତ ୬୮ ରନ୍ କରିଥିବା ବେଳେ ତାଙ୍କ ସହ ଅପରାଜିତ ଥିବା ଆୟେଶା ନସିମ ୪୩ ରନ୍ କରିଛନ୍ତି ।
ଭାରତ ପକ୍ଷରୁ ରାଧା ଯାଦବ ୨ଟି ଏବଂ ଦୀପ୍ତି ଶର୍ମା ଓ ପୂଜା ବସ୍ତ୍ରକାର ଗୋଟିଏ ଲେଖାଏଁ ଓ୍ଵିକେଟ୍ ଦଖଲ କରିଛନ୍ତି ।