ଅନୁଗୁଳ: ବନ୍ତଳା ଶଙ୍ଖପୁରା ନିକଟରେ ଅଟୋ ହାଇୱା ଧକ୍କା,୩ ମୃତ

ଅଟୋରେ ଜାଗର ଯାତ୍ରା ଦେଖି କୁଳାସିଂହାରୁ ନୂଆ ରାଇଗୁଡା ଫେରୁଥିବା ବେଳେ ଶଂଖପୁର ନିକଟରେ ଏକ ହାଇୱା ଧକ୍କା ଦେବା ଫଳରେ ୩ ଜଣ ମୃତ୍ୟୁ ବରଣ କରିଛନ୍ତି।

ଅନୁଗୁଳ(କେନ୍ୟୁଜ୍): ଜାଗର ଦେଖି ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୩ ଜୀବନ। ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ବନ୍ତଳା ଥାନା ଶଙ୍ଖପୁର ନିକଟରେ ଅଟୋକୁ ଧକ୍କା ଦେଲା ହାଇୱା। ଜାଗର ଯାତ୍ରା ଦେଖି ଅଟୋରେ ୪ ଜଣ କୁଲାସିଂହାରୁ ରାଇଗୁଡ଼ା ଫେରିଲାବେଳେ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଅଟୋରେ ଥିବା ୪ ବର୍ଷର ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଟୋକୁ ହାଇୱା ଧକ୍କା ଦେବା ପରେ ଫେରାର ହୋଇଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.